Home ଓଡ଼ିଶା ନରେନ୍ଦ୍ରପୁର୍ ଗ୍ରାମପଞ୍ଚୟତ ଅଫିସରେ : ପାନୀୟ ଜଳ ଅଭାବ – ସାଧାରଣ ଜନତା ହନ୍ତସନ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପଞ୍ଚାୟତ ଅଫିସ ରେ ପିଇବା ପାଣି ନଥିବା ବଡ଼ ଆଶ୍ଚର୍ଯ୍ୟ ସୃଷ୍ଠି କରିବା ସହ ପ୍ରଶାସନର ଅକ୍ଷମତା ସୁଚୋଉଛି । 23 ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଆମ ଓଡ଼ିଶା ତାଜା ନ୍ୟୁଜ୍ ପ୍ରତିନିଧି ଦିନ ଏଗାର ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚୟତ ଅଫିସ୍ କାର୍ଯ୍ୟାଳୟରେ ପହଁଚି ପି.ଇ.ଓ ବିପିନ କୁମାର ବଳିଆରସିଂଙ୍କୁ ପିଇବା ପାଇଁ ପାଣି ମାଗିବାରୁ ମହାଶୟ ଅକ୍ଷମତା ପ୍ରକାଶ କରିଥିଲେ । ପଚାରି ବୁଝିବାରେ ଜଣା ପଡ଼ିଛି ତିନି ଚାରି ମାସ ତଳେ ପଞ୍ଚାୟତ କାର୍ଯ୍ୟାଳୟ କୂଅରେ ଏକ ବିଲେଇ ପଡ଼ି ଯାଇଥିଲା । କୂଅକୁ ଉଝାଳିଥିଲେ ବି ବ୍ଲିଚିଂ ପାଉଡର ପଡି ନାହିଁ ଏବଂ ପାଣି ମଟର ଟା ଆକାମି ହୋଇ ପଡିଛି। ଅବଶ୍ୟ ପଞ୍ଚାୟତରେ ଆକୁଆଗାର୍ଡ ଲାଗିଛି କିନ୍ତୁ ଏ ସବୁ ଅସୁବିଧା ପାଇଁ ପାଣି ନାହିଁ। ଏଠି କଥା ଉଠୁଛି ଏତେ ବଡ ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ବେ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କ ମନ ବୃତିର ଅଭାବରୁ ଦେଖା ଦେଇଛି ଜଳ ସଙ୍କଟ । ଅବଶ୍ୟ ପ୍ରତିକ୍ରିୟାରେ ପଞ୍ଚାୟତ ଅଧିକାରୀ ଦୁଇ ଦିନ ମଧ୍ୟରେ ସମାଧାନ ହୋଇ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ ନିମନ୍ତେ ସାଧାରଣରେ ଦାବି ହେଉଛି । ଏଠି କଥା ଉଠୁଛି ସାଧାରଣ ଜନତା ପଞ୍ଚାୟତକୁ ଭତ୍ତା, ରାସନ ଓ ଭିନ୍ନ ଭିନ୍ନ କାମରେ ଡହ ଡହ ଖରାରେ ଆସୁଥିବା ବେଳେ ଖୋଦ୍ ପଞ୍ଚାୟତ ଅଫିସ ରେ ପିଇବା ପାଣି ନଥିବା ବଡ଼ ଆଶ୍ଚର୍ଯ୍ୟ ସୃଷ୍ଠି କରିବା ସହ ପ୍ରଶାସନର ଅକ୍ଷମତା ସୁଚୋଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026