Home ଅପରାଧ ଲଭ, ସେକ୍ସ, ଧୋକ୍କା : ଫେରାର ବିବାହିତ ଯୁବକକୁ ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରି ଫେରାର ଥିବା ବିବାହିତ ଯୁବକଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକ ଜଣକ ଉକ୍ତ ଥାନା ଅଞ୍ଚଳର ସାନୁ ପାତ୍ର ବୋଲି ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି। ଅଭିଯୁକ୍ତ ବିବାହିତ ହୋଇଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଥିବା ପୋଲିସ କହିଛି। ସାନୁଙ୍କ ନାମରେ ମାର୍ଚ୍ଚ ୧୮ରେ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା l ଏତଲା କୁ ଭିର୍ତ୍ତି କରି ପୋଲିସ ଏକ କେସ୍ ନଂ ୩୦/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଓ ସାନୁ ଗିରଫ ଭୟରେ କୌଣସି ସୂତ୍ରରୁ ଖବର ପାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ପୋଲିସ ସାନୁଙ୍କ ଫୋନ ଟ୍ରାକ୍ କରି ଧରିବାକୁ ଉଦ୍ୟମ କରି ରାଜ୍ୟ ବାହାରକୁ ଯିବାକୁ ବାହାରିଥିଲେ। ତେବେ ସାନୁ ପୁଣି ଭୁବନେଶ୍ୱର ଫେରିଆସିଥିବା ପୋଲିସ ଜାଣିବା ପରେ ଭୁବନେଶ୍ୱର ଯାଇ ଧରିବାରେ ସଫଳ ହୋଇଥିଲା । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026