Home ଅପରାଧ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି କାର ଜବତ ଦୁଇ ଅଟକ। by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାଖେଇ ଆସୁଛି ୨୦୨୪ନିର୍ବାଚନ।ନିର୍ବାଚନ କୁ ଆଖି ଆଗରେ ରଖି ସକ୍ରିୟ ହୋଇଛନ୍ତି ନିଶା ବେପାରୀ । ୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିରାକାରପୁର :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧିନସ୍ଥ ନୂଆ ଜଗନ୍ନାଥ ସଡକ ଦେଇ ନିଶା ବେପାରୀ ମାନେ ବେଧଡକ ଭାବରେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଛନ୍ତି।ସୂଚନାରୁ ଜଣାପଡିଛି ଆଜି ଅପରାହ୍ନ ରେ ଗୋଟିଏ ଦାମି କାରରେ ବିପୁଳ ପରିମାଣର ଗଂଜେଇ ନୂଆ ଜଗନ୍ନାଥ ସଡକ ଦେଇ ପୁରୀକୁ ଚୋରାଚାଲାଣ ହେଉଥିବା ବେଳେ କାରଟି ଲେଣ୍ଡୋ ଗାଁ ଛକ ନିକଟରେ ଏକ ମୋଟର ସାଇକେଲ କୁ ସାଇଟରୁ ଧକ୍କା ଦେବାରେ କାରରେ ଥିବା ବ୍ୟକ୍ତି ଓ ମୋଟର ସାଇକେଲ ଚାଳକ ମଧ୍ୟରେ ଯୁକ୍ତିତର୍କ ହୋଇ ମାଡପିଟ ହୋଇଥିଲା।ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚିବା ଉଭୟଙ୍କ ଗାଡି ଜବତ କରି ଅଟକ ରଖି ନିରାକାରପୁର ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ କାରରେ ଥିବା ବ୍ୟକ୍ତି ଫେରାର ହୋଇଯାଇଥିଲେ । ପୋଲିସ ମୋଟର ସାଇକେଲରେ ଥିବା ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି।କାରର ଡିକି ଖୋଲି ପୋଲିସ ଦେଖିଲା ପରେ ସେଥିରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ହୋଇଥିବା ଜଣାପଡିଛି।ଜବତ ଗଂଜେଇ କିଏ କେଉଁଠି କୁ ଚାଲାଣ କରୁଥିଲା ବେପାରୀ ମାନେ କେଉଁ ଅଂଚଳର ପୋଲିସ ପାଖରେ ସୂଚନା ନଥିବା ଜଣାପଡିଛି । Categories: ଅପରାଧ, ଓଡ଼ିଶା, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026