ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ – ଭୋଲ୍ଟେଜ ନେଇ ବଢୁଛି ଜନ ଅସନ୍ତୋଷ

୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ  :->  ବୋଲଗଡ ବ୍ଲକର ୪ ଗୋଟି ପଞ୍ଚାୟତକୁ ନୟାଗଡ ଜିଲ୍ଲା ଅନ୍ତର୍ଗତ ଇଟାମାଟିସ୍ଥିତ ରାଜପାଟଣା ଗ୍ରାମଠାରେ ଥିବା ଉଚ୍ଚ ବିଦ୍ୟୁତ ଜଙ୍କସନଠାରୁ ବିଦ୍ୟୁତ୍ ବିତରଣ କରୁଅଛି।ବୋଲଗଡ ବ୍ଲକଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦ୍ୟୁତକାଟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ବିଦୁତ୍ ଶକ୍ତି ବିନା ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ସମସ୍ୟା,ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ପ୍ରଭାବିତ, ବିଦୁତ ଚାଳିତ ଉଠା ଜଳସେଚନ ଓ ରୋଗୀ ମାନେ ବିଶ୍ରାମ ନେବାରେ ବ୍ୟାହତ ସହିତ ବିଦୂତ୍ ଦ୍ଵାରା ବିଭିନ୍ନ ଜରୁରୀ କାର୍ଯ୍ୟ ଠପ୍ ହୋଇପଡୁଛି।ଦିନବେଳା ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଗୁଳୁଗୁଳି ପ୍ରବଳ ହେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବଡ ସମସ୍ୟା ଦେଖାଦେଇଛି।

ବୋଲଗଡ ବ୍ଲକ ଅଞ୍ଚଳରେ ଟାଟା ପାୱାର ବିଦୁତ କମ୍ପାନୀର ମନମାନି ପଦାରେ ପଡ଼ିଛି । ବିଦୁତ ଗ୍ରାହକମାନଙ୍କ ବିଦୁତ୍ ସଂଯୋଗରେ ପୁରୁଣା ମିଟର ଠିକ୍ ଥିଲେ ମଧ୍ୟ ଘରେ ଘରେ ବାଧ୍ୟତା ମୂଳକ ନୂତନ ମିଟର ଲଗାଇବା ଫଳରେ ବିଦ୍ୟୁତ ବିଲ୍ ଅଧିକ ଆସୁଥିବା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ପୁରୁଣା ମିଟର ଏବଂ ନୂଆ ମିଟର ମଧ୍ୟରେ ବିଦୁତ୍ ବିଲ୍ ଫରକ୍ ଆସିବା ଫଳରେ ଜନ ଅସନ୍ତୋଷ ଦେଖାଦେଇଛି।ଏହାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ବୋଲଗଡ ବ୍ଲକ ଅଞ୍ଚଳର ଜନ ସାଧାରଣମାନେ ଦୃଢ଼ ଦାବି କରିଅଛନ୍ତି।

ସୂଚନଯୋଗ୍ୟ କି ଗତ ବର୍ଷ ସଂପୁର ଗ୍ରାମରେ ଲୋ -ଭୋଲ୍ଟେଜ୍ ପାଇଁ ବିଦୂତ୍ ଉଚ୍ଚ କର୍ମଚାରୀ ଗ୍ରାହକମାନଙ୍କ ଆକ୍ରୋଶ ଶିକାର ହେବା ଚର୍ଚ୍ଚାର ବିଷୟ ପାଲଟିଥିଲା।ପରେ ନୂତନ ଟ୍ରାନସମିଟର ବସାଇଲେ ମଧ୍ୟ ସୁଫଳ ନ ମିଳିବା ବିଦୂତ କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ବିଦ୍ୟୁତ କାଟ ପୂର୍ବରୁ ଜନସାଧାରଣମାନଙ୍କ  ଅବଗତ ନିମନ୍ତେ ସୂଚନା ଦେବା ବାଧ୍ୟତା ମୂଳକ ଅଟେ ।

ବିନା ସୂଚନାରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଆଇନ ବିରୋଧ ଥିବା ବେଳେ କମ୍ପାନୀ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କଠୋର ଜୋରିମନା ଦେବାର ନିୟମ ରହିଛି । ବିଦୁତ ଗ୍ରାହକ ମାନଙ୍କୁ ୨୪ ଘଣ୍ଟିଆ ବିଦୁତ୍ ସେବା ଯୋଗାଇ ଦେବାକୁ ବିଦୁତ୍ ବିତରଣ ଟାଟା ପାୱାର କମ୍ପାନୀ ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନାହିଁ।ଏଥି ପ୍ରତି ରାଜ୍ୟ ସରକାର ଓ ବିଦୁତ୍ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନ ସାଧାରଣମାନେ ଦୃଢ଼ ଦାବି କରି ଅଛନ୍ତି।

 

Exit mobile version