ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ – ହିଞ୍ଜିଳିକାଟୁ

ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଲକ୍ମ ପୋଡିଙ୍ଗି ଶ୍ୟମଳାଇ  ବିଦ୍ୟାପୀଠ  ର ପୂର୍ବତନ  ଛାତ୍ର ପରିଷଦ ତରଫରୁ   ପୋଡଙ୍ଗି ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବେଲ, ଅଁଳା, ଜାମୁକୋଳି, ନିମ ପରି ଔଷଧୀୟ ବୃକ୍ଷ ସହିତ ଅର୍ଜୁନ ଓ ଅନ୍ୟାନ୍ୟ ବିଭିନ୍ନ କିସମର ଛାୟା ପ୍ରଦାନ କାରୀ ବୃକ୍ଷରୋପଣ କରାଯାଇଛି। କୋଡିଏ ଗୋଟି ବୃକ୍ଷରୋପଣ କରାଯାଇଛି।  ପୋଡଙ୍ଗି ଗ୍ରାମର ବୟୋଜ୍ୟେଷ୍ଠ, ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ କରକମଳରେ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ  ବୃକ୍ଷରୋପଣ  ନିମନ୍ତେ ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିନ୍ନ ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଥିଲା ।

ପରେ ଛାତ୍ର ପରିଷଦର ସଦସ୍ୟ ବୃନ୍ଦ ରୋପଣ ଚାରାର ଯତ୍ନ ନେବା ପାଇଁ ଶପଥ କରିଥିଲେ । ଜଣେ ଅନୁନ୍ୟ ୨ଟି ଚାରା ରୋପଣ କରିବା ସହ ଅନ୍ୟଙ୍କୁ ଗୋଟିଏ ଲେଖାଏଁ ଚାରା ରୋପଣ କରିବା ପାଇଁ ଅନୁରୋଧ କରିଥିଲେ । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ   ଛାତ୍ର  ପରିଷଦ ର ସଭାପତି  ଆଲୋକ କୁମାର ନାୟକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,   ତାହା ସହ ପରିଷଦ ର ସକ୍ରିୟ କର୍ମୀ ମାନଙ୍କ ମଧ୍ୟରେ  ନାରାୟଣ ଗୌଡ଼, ହରିହର ପତ୍ର,  ଯୋଗୀନ୍ଦ୍ର ବେହେରା, ଜଗନ୍ନାଥ  ବେହେରା, ସାଗର ମହାରଣା, ଶ୍ରୀକାନ୍ତ ସାହୁ, ସୁଶାନ୍ତ ସାହୁ  କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  l (ହିଞ୍ଜିଳିକାଟୁ/ଶେଷଦେବ ସାହୁ)

Exit mobile version