ଜଂକିଆ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଙ୍କିଆ :-> ପାଖେଇ ଆସୁଛି ୨୦୨୪ସାଧାରଣ ନିର୍ବାଚନ । ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜଙ୍କିଆ ପୁଲିସ ପକ୍ଷରୁ ଶନିବାର ଅପରାହ୍ନ ରେ ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମପଞ୍ଚାୟତରେ ଫାଗ ମାର୍ଚ୍ଚ କରାଯାଇଛି ।

ଜଙ୍କିଆ ଥାନା ଅଧିନସ୍ଥ ମଳିପଡା, ନରଣଗଡ , ଜଙ୍କିଆ,ଛଣଗିରି,ହଜ,ଓ ସିକୋ,କମାଗୁରୁ ଅଂଚଳରେ ଫ୍ଲାଗ ମାର୍ଚ୍ଚ ହୋଇଛି । ଏହି ଫ୍ଲାଗ ମାର୍ଚ୍ଚ ରେ ସିଆରପିଏଫ ,ବିଏସଏଫ, ଓଡିଶା ପୋଲିସ ର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।

Exit mobile version