ବିଜେପି ବଞ୍ଚାଅ ଅପରାଜିତା ହଟାଅ : ବେଗୁନିଆରେ ବେଳକୁ ବେଳ ବ୍ୟାପୁଛି ଅପରାଜିତା ନିଆଁ

ସାଂସଦ ଅପରାଜିତା ମନୋମୁଖି କାର୍ଯ୍ୟ ଯୋଗୁଁ ସଙ୍ଗଠନ ଦିନକୁ ଦିନ ବୃଦ୍ଧି ହେବା ପରିବର୍ତ୍ତେ ଦୁର୍ବଳ ହେବାରେ ଲାଗି ପଡ଼ିଛି । ବିଜେପି ବଞ୍ଚାଅ ଅପରାଜିତା ହଟାଅ

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀର ୪୦ ଗୋଟି ପଂଚାୟତରେ ସାଂସଦ ଅପରାଜିତାଙ୍କ ବିରୁଦ୍ଧରେ ଉପେକ୍ଷିତ କର୍ମୀମାନେ ସାଂସଦଙ୍କ ବିରୁଦ୍ଧରେ ରାଜ୍ୟ ଓ କେନ୍ଦ୍ର ନେତୃତ୍ବକୁ ଅଭିଯୋଗ ହୋଇଥିବା ସ୍ଥଳେ ପୁନର୍ବାର ସାଂସଦ ପ୍ରାର୍ଥୀ ପତ୍ରକୁ କାଏମ ରଖିବା ଓ କର୍ମୀଙ୍କ ସହ ଆଲୋଚନା  ନ କରି ବିଧାୟକ ପ୍ରାର୍ଥୀ ଚୟନ କରିବାକୁ ନେଇ ଜୋରଦାର ଭାବେ ଆନ୍ଦୋଳନ ଚଳାଇଛନ୍ତି । ୨୩ ନମ୍ବର ଜୋନର ଦୁର୍ଗାପୁର ପଂଚାୟତ ଗୁଡୁମ ଗ୍ରାମର ମା ରାମଚଣ୍ଡୀ ମନ୍ଦିର ପରିସରରେ ବେଗୁନିଆ ମଧ୍ୟ ମଣ୍ଡଳ ସଭାପତି ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସାଂସଦ ଅପରାଜିତା ମନୋମୁଖି କାର୍ଯ୍ୟ ଯୋଗୁଁ ସଙ୍ଗଠନ ଦିନକୁ ଦିନ ବୃଦ୍ଧି ହେବା ପରିବର୍ତ୍ତେ ଦୁର୍ବଳ ହେବାରେ ଲାଗି ପଡ଼ିଛି ।

ଏଠାରେ ସକ୍ରିୟ ପୁରୁଣା କର୍ମୀ ମାନଙ୍କୁ ଉପେକ୍ଷା କରାଯାଇ ନୂତନ କର୍ମୀ ମାନଙ୍କୁ ଧରି କାର୍ଯ୍ୟ କରିବା ଫଳରେ ଘୋର ଅସନ୍ତୋଷ ଦେଖା ଦେବା ଫଳରେ ପଞ୍ଚାୟତରୁ ଗାଁକୁ ଯାଇ  ନୋଟାରେ ଭୋଟ ଦେବା ପାଇ ତୀବ୍ର ଭାବେ ନିଆଁ ପ୍ରଜ୍ବଳିତ ହେବାରେ ଲାଗିଛି । ଫଳରେ ଆଗାମୀ ଦିନରେ ବିରୋଦ୍ଧ କରିବା ସହ ଆସନ୍ତା ନିର୍ବାଚନରେ ସାଂସଦଙ୍କୁ ଅପମାନ ଦେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରାଇ ଦିଆ ଯିବ ନାହିଁ ବୋଲି ସର୍ବସମ୍ମତି କ୍ରମେ ଦୃଢ଼ ଭାବେ ନିଷ୍ପତି ହୋଇଛି । ଏଥିରେ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞେଶ୍ୱର ସୁନ୍ଦରାୟ, ଉତ୍ତର ବେଗୁନିଆ ମଣ୍ଡଳ ସଭାପତି ଅଜୟ କୁମାର ମାର୍ଥା,

ଖୋର୍ଦ୍ଧା ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ହାଇଦର ଅଲ୍ଲୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶାନ୍ତି ଶେଖର ମହାପାତ୍ର, ବୋଲଗଡ ପୂର୍ବତନ ମଣ୍ଡଳ ସଭାପତି ସମୀର ମହାରଥା, ଦକ୍ଷିଣ ବେଗୁନିଆ ମଣ୍ଡଳ ସାଧାରଣ ସମ୍ପାଦକ ଦୀନବନ୍ଧୁ ବିଶ୍ଵାଳ, ମଧ୍ୟ ବେଗୁନିଆ ମଣ୍ଡଳ ଉପସଭାପତିପ୍ରମୋଦ ଦାଶ,ପଂଚାୟତ ସଭାପତି ଇନ୍ଦ୍ରମଣି ରଣସିଂହ,ଶ୍ୟାମ ସୁନ୍ଦର ଜେନା, ବିଜୟ କୁମାର ଗୁମାନସିଂହ, ସୁଦର୍ଶନ ଛୁଆଳସିଂହ, ବାପିନା ଜେନା,ପ୍ରଫୁଲ୍ଲ ଖାଡଙ୍ଗା, ପ୍ରମୋଦ ରାଉତରାୟ, ଦୁର୍ଗାପୁର ପଂଚାୟତ ସଭାପତି ପ୍ରଫୁଲ୍ଲ ପ୍ରଧାନ ଓ ଉପସଭାପତି ପ୍ରାଣବନ୍ଧୁ ସାହୁଙ୍କ

Exit mobile version