ଯୁବକଙ୍କ ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->  ବେଗୁନିଆ ବ୍ଲକ ପଙ୍ଗାରସିଂହ ପଂଚାୟତ ଅନ୍ତର୍ଗତ ଗୋଡ଼ି ପୋଖରୀ ଗ୍ରାମର ସ୍ୱର୍ଗତ ମଦନ ଦେଉରୀଙ୍କ ପୁଅ କେଶବ (୨୬)ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଆସୁଥିଲେ। ଶନିବାର ଦିନ ମଧ୍ୟାହ୍ନରେ କେନ୍ଦୁପଲ୍ଲୀ ଗ୍ରାମରୁ କାମ ସାରି ଘରକୁ ଫେରିବା ବାଟରେ ଅଚେତ ଅବସ୍ଥାରେ ପଡ଼ି ରହି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମୃତ୍ୟୁ ବରଣ କରିଥାଇ ପାରନ୍ତି ବୋଲି ସନ୍ଦେହ ରହିଛି।

ମୃତକଙ୍କ ପରିବାରଙ୍କ ସଦସ୍ୟ ଆର୍ଥିକ ସ୍ୱଚ୍ଛଳ ନ ଥିବା ହେତୁ  ଚିକିତ୍ସାଳୟକୁ ନେବା ପାଇଁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଶବ ନେବା ତାଙ୍କର କାର୍ଯ୍ୟ ନୁହେଁ କହିଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଜଣାଇଛନ୍ତି। ଖବର ପାଇ ସ୍ଥାନୀୟ ସରପଂଚ ଲାବଣ୍ୟ ଜୟସିଂହ ଓ ପୂର୍ବତନ ସରପଂଚ ସୁକାନ୍ତ କୁମାର ଜୟସିଂହ ପହଂଚି ଆଶ୍ଵାସନା ଦେଇଥିଲେ।

ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରଶାସନକୁ ଦାବୀ କରିଛନ୍ତି  । ଏଥିରେ ସ୍ଥାନୀୟ ତହସିଲଦାର ତାପସ ବିଶିଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Exit mobile version