ମୋହନାରେ ନିର୍ବାଚନ ପ୍ରଚାର ସରଗରମ ହେଲା

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋହନ :->  ଗଜପତି ଜିଲ୍ଲା ମୋହନାରେ ନିର୍ବାଚନ ପ୍ରଚାର ଜୋର ଧରିଥିବା ଲକ୍ଷ୍ୟ କରାଯାଇଛି. ମୁଖ୍ୟତଃ କଂଗ୍ରେସ – ବିଜେଡି – ବିଜେପି ତିନି ଦଳ ମଧ୍ୟରେ ମୋହନା ଆସନରେ ତ୍ରିମୁଖ ପ୍ରତିଦ୍ବନ୍ଦୀତା ହେବା ସ୍ପଷ୍ଟ ହୋଇଯାଇଛି. କଂଗ୍ରେସ ଦଳ ତରଫରୁ ମୋହନା ବିଧାୟକ ପ୍ରାର୍ଥୀ ହୋଇଛନ୍ତି. ସେହିପରି ବିଜେଡିରୁ ଅନ୍ତର୍ଯମୀ ଗମାଙ୍ଗ ଓ ବିଜେପିରୁ ପ୍ରଶାନ୍ତ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି. ଏହି 3 ଦଳ ତରଫରୁ ବର୍ତ୍ତମାନ ମୋହନରେ ନିର୍ବାଚନ ପ୍ରଚାର ଜୋର ଧରିଛି. ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ।

ଗୁରୁବାର ପୂର୍ବାହ୍ନ ୧୦ଟାରେ ମୋହନା ବ୍ଲକ ଲବାରସିଂଠାରୁ ପ୍ରାୟ ୧ ହଜାରରୁ ଅଧିକ ବାଇକ୍‌ରେ ବିଜେଡି କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ ଉଭୟ ପ୍ରାର୍ଥୀ। ଚନ୍ଦ୍ରଗିରି ବଜାରରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ମହିଳା ଓ ବିଜେଡି କର୍ମୀ ବିପୁଳ ସ୍ବାଗତ କରିଥିଲେ | ଚନ୍ଦ୍ରଗିରିରେ ରୋଡ୍ ସୋ’ ପରେ ଚାନ୍ଦିପୁଟ ହାଟପଦାରୁ ପ୍ରଚାର କରିଥିଲେ I ଏହାପରେ ମୋହନା ହିଲଟପ୍ କଲେଜ ଛକରେ ପଥପ୍ରାନ୍ତ ସଭା କରି ମୋହନା ବଜାରରେ ରୋଡ୍ ସୋ’ କରିଥିଲେ | ସେଠାରୁ ଅଡବା ଓ ବିରିକୋଟରେ ମଧ୍ୟ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ଉଭୟ ନେତା |

ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶ ଧାରା ଜାରି ରହିଛି। ଏଥର ମଧ୍ୟ ବିଜେଡି ବ୍ରହ୍ମପୁର ଲୋକସଭା ଆସନ ଦଖଲ ସହ ମୋହନା ବିଧାନସଭା ଆସନ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଲୋକସଭା ପ୍ରାର୍ଥୀ ଭୃଗୁ ଭୃଗୁ ବକ୍ସିପାତ୍ର ଓ ମୋହନା ବିଧାନସଭା ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ। ଏହି ଶୋଭାଯାତ୍ରାରେ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ପୃଥ୍ୱୀରାଜ ସାହୁ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଉପସଭାପତି ଦଣ୍ଡାସୀ ସାହୁ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମଶା ମାଝୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୂର୍ଣବାସୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ଚନ୍ଦ୍ର ମଲ୍ଲିକ, ବରିଷ୍ଠ ନେତା ଦଣ୍ଡାସୀ ସାହୁ, ରାମ ଦଳବେହେରା, ଯୁବନେତା ବିଳାସ ନାୟକ ଓ ବ୍ଳକ ମହିଳା ସଭାନେତ୍ରୀ ଝୁମୁରି ବୀର ଯୋଗ ଦେଇଥିଲେ |

Exit mobile version