
୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇଛି । ଏଥିରେ ୩ ଲୋକସଭା ଆସନ ଏବଂ ୧୬ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ରହିଛି । କେନ୍ଦୁଝର ଲୋକସଭା ଆସନ ସମେତ କଣ୍ଟାମାଳ, ଜୟଦେବ, କବିସୂର୍ଯ୍ୟନଗର ବିଧାନସଭା ଆସନର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଘୋଷିତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ଜାଗାରେ ବିନୋଦ ବିହାରୀ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଣ୍ଟାମାଳ ବିଧାନସଭା ଆସନରେ ମନୋଜ କୁମାର ଆଚାର୍ଯ୍ୟଙ୍କ ଜାଗାରେ ଶରତ ପ୍ରଧାନ,
