ଢେଙ୍କାନାଳ ଜିଲ୍ଲାରେ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ,୫ ଜଣ ସୁସ୍ଥ ।

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ହିନ୍ଦୋଳ ବ୍ଲକ ରାସୋଳ ଓ ବାବନ୍ଧ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମାରୁ ୫ ଜଣ, ଗନ୍ଦିଆ ବ୍ଲକ ଷଡ଼ଙ୍ଗୀରୁ ୨, ଓ କାଲୁରିଆ ପାଟଣାରୁ ଜଣେ, କାମାକ୍ଷାନଗର NAC ନୂଆ ରେକୁଳାରୁ ଜଣେ, ସଦର ବ୍ଲକ ଗୋବିନ୍ଦପୁର ରୁ ଜଣେ ଏବଂ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୦ ଜଣ ରୋଗୀ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି ଅନ୍ୟ ଜଣକ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା କାମାକ୍ଷାନଗର NAC କୁ ଆସନ୍ତା ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରିବା ସହ ଓଡ଼ାପଡ଼ା ବ୍ଲକର ୫ଟି ଗ୍ରାମ ପଞ୍ଚାୟତ ଯଥା ନାଧରା, ବଳରାମ ପ୍ରସାଦ,ବାଙ୍ଗୁରଶିଙ୍ଗ୍, ଓଡ଼ାପଡ଼ା ଓ ଏନ୍ ବି ପୁର କୁ ଆଜିଠାରୁ ୭ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ।

ଜିଲ୍ଲାରେ ଆଜି ଆଉ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଅଦ୍ୟାବଧି ୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । (ଢେଙ୍କାନାଳ ରିପୋର୍ଟ /ଆମର ରଞ୍ଜନ ଦାସ)

Exit mobile version