Home ଓଡ଼ିଶା ବେଗୁନିଆରେ ପୃଥକ ଭାବେ ବ୍ୟାପୁଛି : ବିଜେପି ବଞ୍ଚାଅ ଅପରାଜିତା ହଟାଅ ଅଭିଯାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀର ୨୩ ଓ ୨୬ ଜୋନରେ ପୃଥକ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ବଞ୍ଚାଅ ଅପରାଜିତା ହଟାଅ କାର୍ଯ୍ୟକ୍ରମ ଜାରୀ ରହିଛି । ଦୁର୍ଗାପୁର ପଂଚାୟତ ଅନ୍ତର୍ଗତ ବୋତଳମ ଗ୍ରାମସ୍ଥିତ ମା ଘଣ୍ଟିଆ ବାଉତୀ ପୀଠରେ ସକ୍ରିୟ କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ଛୁଆଳ ସିଂହଙ୍କ ଆବାହକତ୍ୱ ଓ ପଂଚାୟତର ବରିଷ୍ଠ ନେତା ନିମାଇଁ ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ପଂଚାୟତ ସ୍ତରୀୟ ବୈଠକରେ ଗାଁକୁ ବ୍ୟାପୁଛି ବିଜେପି ବଞ୍ଚାଅ ଅପରାଜିତା ହଟାଅ କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦଙ୍କ ମନୋମୁଖି କାର୍ଯ୍ୟକଳାପକୁ ପୁରୁଣା ସକ୍ରିୟ ଦଳୀୟ କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ପ୍ରତି ଗାଁକୁ ଗାଁକୁ ବୁଲି ଅପରାଜିତା ହଟାଅ କାର୍ଯ୍ୟକ୍ରମ ଜାରୀ ରହିଥିବା ବେଳେ ଦଳ ବିରୋଧି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କୁ ଜଣାଇଛନ୍ତି। ଗତ ଦୁଇ ବର୍ଷ ତଳେ ସାଂସଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବଗତ କରିଥିଲେ ମଧ୍ୟ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପୁନର୍ବାର ସାଂସଦ ପ୍ରାର୍ଥି ଭାବେ ଲଢ଼ିବାକୁ ସୁଯୋଗ ଦିଆଯାଇ ଥିବାରୁ କର୍ମୀଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଥିବାରୁ ଭୁବନେଶ୍ୱର ଲୋକସଭା ପାଇଁ ସାଂସଦ ଅପରାଜିତା ପରିବର୍ତ୍ତେ ସଙ୍ଗଠନ ସହ ଜଡ଼ିତ ପୁରୁଣା ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରାର୍ଥି ଭାବେ ଚୟନ କରି ଘୋଷଣା କରିବାକୁ କହିଛନ୍ତି। ଅନ୍ୟ ପକ୍ଷରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାନସଭାର ବିଧାୟକ ପ୍ରାର୍ଥି ପାଇଁ ୪୦ଗୋଟି ପଂଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ମତାମତ ନେଇ ଉପଯୁକ୍ତ ପ୍ରାର୍ଥି ଚୟନ ସହ ଘୋଷଣା କରିବା ପାଇଁ ନିବେଦନ କରିଛନ୍ତି ଯଦି କର୍ମୀଙ୍କବିଚାରକୁ ପ୍ରତ୍ୟାଖ୍ୟାନ କରାଯାଇ ସାଂସଦଙ୍କ ସମର୍ଥିତ ବିଧାୟକ ପ୍ରାର୍ଥୀଙ୍କୁ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦିଆଯିବ ତେବେ ଭୋଟ ନୋଟାରେ ଦେବା ପାଇଁ ଚେତାବନୀ ଦେଇଛନ୍ତି । କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଧ୍ରୁବ ଚରଣ ବାହିନୀପତି, କର୍ମୀ ହେମନ୍ତ ମାନସି. Categories: ଓଡ଼ିଶା Related Content ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ by Proprietor Abhimanyu Maharana August 8, 2026 ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ by Proprietor Abhimanyu Maharana August 8, 2026 ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର by Proprietor Abhimanyu Maharana August 8, 2026 ସିଦ୍ଧମହାବୀର ଲାଇଟି ଆରୋବି ତଳେ ଅଧିକ କାମ ବାକି ରହିଛି by Proprietor Abhimanyu Maharana August 8, 2026 ମଙ୍ଗଳାଘାଟରେ ଲାଗିଛି ଭଙ୍ଗା ଏରୋପ୍ଲେନ ସହରରେ ଚହଳ by Proprietor Abhimanyu Maharana August 8, 2026 ଜାତୀୟ ହସ୍ତତନ୍ତ ଦିବସ ପାଳିତ : ହସ୍ତତନ୍ତ ପରିଧାନ ପ୍ରତି ଯୁବପିଢ଼ିଙ୍କୁ ସଚେତନ କରିବାକୁ ଆହ୍ୱାନ by Proprietor Abhimanyu Maharana August 8, 2026