ବୁଢ଼ିବାହାଲ୍ ରେ ଷୋହଳ ପ୍ରହର ନାମ ଯଜ୍ଞ ଉଦଯାପିତ

୧୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ିବାହାଲ ଠାରେ ଷୋହଳ ପ୍ରହର ନାମ ଯଜ୍ଞ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ଣ୍ଣାହୁତି ସହ କଳସ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଙ୍କୀର୍ତ୍ତନ, ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନି ର ତାନେ ତାନେ କଳସ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିବା ବେଳେ ଗାଁ ପୋଖରୀରେ ଭସାଣୀ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ପୁଜାକର୍ତ୍ତା ରୂପେ ଗୌନ୍ତିଆ ହର୍ଷବର୍ଦ୍ଧନ ଖର୍ସେଲ ସପତ୍ନିକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ପଣ୍ଡିତ ସତ୍ୟପ୍ରିୟ ତ୍ରୀପାଠୀ, ଯୁବରାଜ ତ୍ରୀପାଠୀ, ମାନସ ତ୍ରୀପାଠୀ କାର୍ଯ୍ୟସମ୍ପାଦନ କରିଥିବା ବେଳେ ଗାଁ କମିଟି ସଦସ୍ୟ, ଗ୍ରାମବାସୀ ନାମ ଯଜ୍ଞ ଆୟୋଜନ କରି ଥିଲେ। ନାମ ଯଜ୍ଞ ରେ ୧୦ଟି ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ ।

Exit mobile version