ସାନଖେମୁଣ୍ଡି ବିଜେଡି ପ୍ରାର୍ଥୀ ହୋଇଛନ୍ତି : ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସାନଖେମୁଣ୍ଡି :-> ସାନଖେମୁଣ୍ଡି ବିଜେଡି ପ୍ରାର୍ଥୀ ହୋଇଛନ୍ତି ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ । ସେ ହେଉଛନ୍ତି ଧରାକୋଟ ମହାରାଜା ଅନନ୍ତ ନାରାୟଣ ସିଂହଦେଓଙ୍କ ନାତୁଣୀ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ କରି ରାଜ ପରିବାରରୁ ଅନନ୍ତ ନାରାୟଣ ସିଂହଦେଓ ରାଜନୀତିକୁ ଆସିଥିଲେ ।

ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିତି ସୁଲକ୍ଷଣା ଗୀତାଞ୍ଜଳୀ ଧରାକୋଟ୍‌ ବ୍ଳକ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି ଏବେ ସେ ଲୋକଙ୍କ କଥା ବୁଝିବା ସହିତ ଭୁବନେଶ୍ୱରରେ ଆଇନ୍‌ ପାଠ ପଢ଼ୁଛନ୍ତି ।

Exit mobile version