ଆମ୍ ଆଦ୍‌ମୀ ପାର୍ଟି ଓଡିଶା ରେ ତାର ପ୍ରଥମ ପର୍ଯାୟ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଅନ୍ୟ ସବୁ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆମ୍ ଆଦ୍‌ମୀ ପାର୍ଟି ଓଡିଶା ରେ ତାର ପ୍ରଥମ ପର୍ଯାୟ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପରିପେକ୍ଷୀ ରେ ପୁରୀରେ ଯୁବ ନେତୃତ୍ୱ ସତ୍ୟଜିତ ମହାନ୍ତି ଙ୍କୁ ଆପ୍ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୁରୀର ଆପ୍ ପ୍ରାର୍ଥୀ ଶ୍ରୀ ସତ୍ୟଜିତ ମହାନ୍ତି ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦୀପ ଦାନ ସହ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରି ନିଜର ପ୍ରଚାର ଆରମ୍ଭ କରିବେ ବୋଲି ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି ।

ଆଜିର କାର୍ଯ୍ୟକ୍ରମ ରେ ଆପ୍ ର ବିଧାୟକ ପ୍ରାର୍ଥୀ ସତ୍ୟଜିତ ମହାନ୍ତି, ଜିଲ୍ଲା ସଭାପତି ସଂଜୀବ ମହାନ୍ତି, ଜିଲ୍ଲା ମୁଖପାତ୍ର ଅନିଲ ସେନାପତି, ଜିଲ୍ଲା ପ୍ରଚାର କମିଟି ଅଧକ୍ଷ ବିରଜା ପ୍ରସାଦ ନାଥ, ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ପ୍ରଧାନ, ଯୁବ ନେତା ସୁନୀଲ ଜେନା, ଜନ୍ମେଜୟ ଜେନା, ରଶ୍ମି ରଞ୍ଜନ ରାଉତରାୟ, ଜିଲ୍ଲା ଯୁବ ଉପସଭାପତି ସୁଧାଂଶୁ ଶେଖର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । 

Exit mobile version