ରାଜସୁନାଖଳା ଯୁବ ଗୋଷ୍ଠୀ ପକ୍ଷରୁ ଜଳଛତ୍ର

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :->  ରାଜସୁନାଖଳା ତ୍ରିନାଥ ବଜାର ନିକଟସ୍ଥ ବଢେଇ ସାହି ଛକ ଠାରେ ରାଜସୁନାଖଳା ଯୁବ ଗୋଷ୍ଠୀ ପକ୍ଷରୁ ଦହିପଣା, ଥଣ୍ଡା ପାନୀୟ ଓ ମିଶ୍ରି ପଣା ଆଦି ବାଟୋଇ ଯାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ଜଳ ଛତ୍ର କାର୍ଯ୍ୟକ୍ରମରେ ସମାଜସେବୀ ସ୍ୱୋପ୍ନେସ୍ଵର ବରାଡ଼, ଯୋଗୀ ପଣ୍ଡା, ଜିତେନ୍ଦ୍ର ମହାରଣା ସାମ୍ବାଦିକ ରଘୁନାଥ ମଲ୍ଲିକ, ଶ୍ରୀନିବାସ ବେହେରା, ହମୀ ଖାଁ ଓ ପ୍ରମୋଦ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳ ଛତ୍ର ବଣ୍ଟନ କାର୍ଯ୍ୟକ୍ରମ ୨ଦିନ ଧରି ବଣ୍ଟନ କରାଯିବ।

ରାଜସୁନାଖଳା ବଜାର ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳୀ ତଥା ଜନ ଗହଳି ପୂର୍ଣ୍ଣ ହୋଇ ଥିବା ରୁ ଜଳଛତ୍ର କିଛି ମାତ୍ରାରେ ବାଟୋଇ ମାନଙ୍କୁ ସହାୟକ ହୋଇଛି।ରାଜ୍ୟ ସରକାର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରା ଯାଇ ନ ଥିବା ବେଳେ ଆଜିର ଜଳଛତ୍ର ବଣ୍ଟନରେ ବହୁତ ବାଟୋଇ ଯାତ୍ରୀ ମାନେ ଦ୍ବାରା ଉପକୃତ ହୋଇ ଥିବା ନେଇ ସ୍ଥାନୀୟ ଜନ ସାଧାରଣ ମହଲରେ ପ୍ରଶଂସା କରିଅଛନ୍ତି।ଅନ୍ୟପଟେ ବିଭାଗୀୟ ପ୍ରଶାସନ ପକ୍ଷରୁ ରାଜ ସୁନାଖଳା ବଜାର ଗୁଡିକରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି।

Exit mobile version