ନିମଣୀ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର  :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ପଞ୍ଚାୟତର ଅରଖପଲ୍ଲୀ ଗ୍ରାମରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହିତ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ସନ୍ତୋଷ କୁମାର ତ୍ରିପାଠୀ ଓ ବିଜୟ କୁମାର ପଟ୍ଟନାୟକ,

ବିଜେଡ଼ି ନେତା ଚନ୍ଦ୍ରକାନ୍ତ ବଳିଆରସିଂହ, ବିଜେଡ଼ି ସଂଗଠକ ବସନ୍ତ କୁମାର ପଟ୍ଟନାୟକ, ବୈକୁଣ୍ଠ ପ୍ରଧାନ, ପ୍ରଫୁଲ୍ଲ ବାରିକ, ରାଜ କିଶୋର ବେହେରାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଘରେ ଘରେ ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଗୁଡିକୁ ଲଗାଇଥିଲେ।

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀ, କର୍ମକର୍ତ୍ତା, ସଂଗଠକ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଶୋଭାଯାତ୍ରାରେ ବାହାରି ଉକ୍ତ ଗ୍ରାମ ପରିକ୍ରମା କରିବା ସହ ଘରେ ଘରେ ଶଙ୍ଖ ଚିହ୍ନ ପୋଷ୍ଟର ଗୁଡିକୁ ଲଗାଇଥିଲେ।

Exit mobile version