ଖପ୍ରାଖୋଲ ପୋଲିସ ର ଚଢ଼ାଉ : ତୁର୍ଲା ଗାଁ ନିକଟରୁ ୧୩ଲିଟର ଦେଶୀ ମହୁଲି ମଦ ଜବତ – ଜଣେ କୋର୍ଟ ଚାଲାଣ

୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ଭାନପୁର ପଞ୍ଚାୟତ ତୁର୍ଲା ଗାଁ ନିକଟରୁ ବେଆଇନ୍ ଦେଶୀ ମହୁଲି ମଦ ବିକିବା ଅଭିଯୋଗ ରେ ଜଣକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ତୁର୍ଲା ଗାଁ ର ସଦାନନ୍ଦ ବରିହା (୫୦) ବୋଳି ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ବୁଧବାର ରାତିରେ ପୋଲିସ ପେଟ୍ରୋଲିଂ କଳାବେଲେ ତୂର୍ଲା ଗାଁ ରାସ୍ତା କଡ଼ରେ ବେଆଇନ୍ ମହୁଲି ମଦ ବିକ୍ରି କରିଥିବା ବେଳେ ଗିରଫ କରିବା ସହ ୧୩ଲିଟର ୫ଶହ ମିଳି ମଦ ଜବତ କରିଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୦୨/୨୦୨୪ଓଡ଼ିଶା ଅବକାରୀ ଆଇନ ୨୦୦୮ଧାରା ୫୨ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି. ବୋଳି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Exit mobile version