Home ଓଡ଼ିଶା ବିରୋଧିଙ୍କୁ ବଡ଼ ଝଟକା, ୭୫ ରୁ ଉର୍ଦ୍ଧ୍ୱ ନେତା ବିଜେଡିରେ ସାମିଲ – ନୟାଗଡ଼ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଇଟାମାଟି, ଲେଙ୍କୁଡ଼ିପଡ଼ା ଓ ଡେଙ୍ଗେରାଗୋଡିର ବିରୋଧୀ ନେତା ଫୁଙ୍କିଲେ ଶଙ୍ଖ ୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ ଏବଂ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତକୁ ନେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିବା ବେଳେ ଓଡ଼ଗାଁ ଏନଏସି ଓ ନୟାଗଡ଼ ପୈାର ପରିଷଦ ଏଥିରେ ସାମିଲ ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ଭୋଟର ମତଦାନ କରିବାକୁ ଥିବା ବେଳେ ବିଜେଡି ଯୁବ ଓ ମହିଳା ଭୋଟରଙ୍କୁ ପ୍ରାଧ୍ୟାନ୍ୟ ଦେଉଛି । ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ୩୨ ଯୁବ ଓ ମହିଳା ଓ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଭାବେ ଲେଙ୍କୁଡ଼ିପଡ଼ା ପଞ୍ଚାୟତର ୩୪ ଜଣ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଇଟାମାଟି ପଞ୍ଚାୟତ ଡେଙ୍ଗେରାଗୋଡି ଗ୍ରାମର ୧୦ ଜଣ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ବିରୋଧୀଙ୍କୁ ଶକ୍ତ ଧକ୍କା ଦେଇଛି । ଇଟାମାଟି ଗ୍ରାମର ବିର ଡାକୁଆ, ମନୋଜ କୁମାର ବେହେରା, ଅନ୍ତର୍ଯ୍ୟାମୀ ଦାସ, ମଦନ ମହାରଣା, ସହଦେବ ବିଶ୍ୱାଳ, ଭୀମ ଦାସ, ହାଡିଆ ନାୟକ, ଭାଗିରଥି ସାଥୁଆ, ଲଡୁକିଶୋର ବିଶ୍ୱାଳ, ମୁନା ପ୍ରସାଦ ସାହୁ, ସରୋଜ କୁମାର ସାଥୁଆ, ସୁରେନ୍ଦ୍ର ଦାସ, ସୌମ୍ୟ ରଞ୍ଜନ ବେହେରା, ରାଜ କୁମାର ବେହେରା, ଅନିଲ କୁମାର ମହାପାତ୍ର, କାହ୍ନୁ ଚରଣ ସାହୁ, ରାମ ଚନ୍ଦ୍ର ସାହୁ, କୃଷ୍ଣ ପ୍ରଧାନ, ସୁଦଶା ତରେଇ, କିରନ କୁମାର ବେହେରା, ସଞ୍ଜୟ ମାହାର, ଶିବ ପ୍ରସାଦ ମଙ୍ଗରାଜ, ଅଭିଶେକ ପ୍ରଧାନ, ମହେଶ ପରିଡ଼ା, ଆଦିତ୍ୟ ପ୍ରସାଦ ସିଂ, ଦେବୀପ୍ରସାଦ ଦଳେଇ, ପିଣ୍ଟୁ ନାୟକ, ପ୍ରଦୀପ ନାୟକ, ବାଲୁ ନାୟକ, ନିପୁରା ନାୟକ, ଅଶୋକ ନାୟକ ଓ ଉଦ୍ୟନାଥ ସାହୁ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଭାବେ ଲେଙ୍କୁଡିପଡ଼ା ଗ୍ରାମର ୩୪ ଜଣ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଉକ୍ତ ଗ୍ରାମର ସନ୍ତୋଷ କୁମାର ଦାସ, ବସନ୍ତ କୁମାର ମହାନ୍ତି, କିଶୋର କୁମାର ମହାନ୍ତି, ନାରଣ ନାୟକ, ବିନୋଦ ନାୟକ, ରବିନ୍ଦ୍ର କୁମାର ନାୟକ, ନାରାୟଣ ନାୟକ, ଦିଲୁ ନାୟକ, ମିଟୁ ନାୟକ, ତୃପ୍ତିକାନ୍ତ ନାୟକ, ନିରଞ୍ଜନ ମହାନ୍ତି, ବାଉରିଆ ନାୟକ, ମଞ୍ଜୁଳା ସେଠି, ବାନାମ୍ବର ନାୟକ, ଗୋପାଲ ଚନ୍ଦ୍ର ନାୟକ, ସରୋଜ ନାୟକ, ଭଗବାନ ନାୟକ, ଦୁର୍ଯ୍ୟୋଧନ ନାୟକ, ହରି ନାୟକ, ରବିନ୍ଦ୍ର ସେଠି, ପ୍ରଶାନ୍ତ ପାତ୍ର, ସୋନାଲି ପାତ୍ର, ଲିଜା ଦଳେଇ, ସୁଚିସ୍ମିତା ମହାନ୍ତି, ନିଶା ମଣି, ସୁସା ନାୟକ, ମମତା ଦେଇ, କୁନି ଦେଇ, ଜାନକୀ ନାୟକ, ନିମୁ ନାୟକ, ରବିନାରାୟଣ ମହାନ୍ତି, ଅଧିକାରୀ ମହାନ୍ତି, ଜୟ ମହାନ୍ତି ଓ ବଳିଆ ନାୟକ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ଇଟାମାଟି ଗ୍ରାମ ପଞ୍ଚାୟତ ଡେଙ୍ଗେରାଗୋଡି ଗ୍ରାମର ୧୦ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଦୀପକ ଖଟ୍ଟେଇ, ସିଦ୍ଧାନ୍ତ ରାଉତ, ସନ୍ତୋଷ ବରାଡ଼, ଲକ୍ଷ୍ମୀଧର ପରିଡ଼ା, ପ୍ରହ୍ଲାଦ ଜେନା, ବାଦଲ ପରିଡ଼ା, ପ୍ରଶାନ୍ତ ପରିଡ଼ା, ସୁମେଶ ପରିଡା ଓ ପିଣ୍ଟୁଲୁ ପରିଡା ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ ନେତା ଓ କର୍ମୀମାନେ ବିଜେଡିକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ ନୟାଗଡ଼ ଜିଲ୍ଲା ବିଜେଡି ସହ ପର୍ୟ୍ୟବେକ୍ଷକ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ବିଜେଡି ନେତା ବିରେନ୍ଦ୍ର ନାୟକ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ଶିବ ସୁନ୍ଦର ମହାନ୍ତି, ନୟାଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ଜିଲ୍ଲା ବିଜେଡି ଉପ ସଭାପତି ପଦ୍ମ ଚରଣ ଉଦୟଭାନୁ ପ୍ରମୂଖ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026