ପବିତ୍ର ସାହାଡ଼ା କୁଞ୍ଜ ସମେତ ନିଆଳି ଅଞ୍ଚଳରେ ଶ୍ରୀରାମ ନବମୀ ଉତ୍ସଵ ପାଳନ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଭୁବନେଶ୍ୱର ଉପଖଣ୍ଡ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ନିକଟ ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀ ତଟସ୍ଥ ପବିତ୍ର ସାହାଡ଼ା କୁଞ୍ଜ ଶ୍ରୀରାମ ମନ୍ଦିରରେ ଶ୍ରୀରାମ ନବମୀ ଉପଲକ୍ଷେ ସ୍ବତନ୍ତ୍ର ଆଳତି, ହୋମ, ରାମ ଚରିତ ମାନସ ପାରାୟଣ ସହିତ ଭଜନ ସମାରୋହ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ସାହାଡ଼ା କୁଞ୍ଜର ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ସକାଳରୁ ରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗିରହିଥିଲା ।

ଶ୍ରୀରାମ ମନ୍ଦିରର ଏହି କାର୍ଯ୍ୟକ୍ରମରେ ପ୍ରବୀର ସାମନ୍ତରାୟ, ରମେଶ ଚନ୍ଦ୍ର ପାତ୍ର, ଶିବ ପ୍ରାସାଦ ସାମନ୍ତରାୟ, ବିଭୂତି ଭୂଷଣ ମହାପାତ୍ର ଏବଂ ପ୍ରଭାକର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହି ପରି ନିଆଳିର ଶ୍ରୀରାମ ମନ୍ଦିର, ଜଲାରପୁର ରାମେସୋର୍ ମନ୍ଦିର ସମେତ ଶେ ।

ଭନେଶୋର ମନ୍ଦିର ପରିସରରେ ଥିବା ଶ୍ରୀହନୁମାନ ଜୀଉ ମନ୍ଦିରରେ ଶ୍ରୀରାମ ନବମୀ ପାଳନ ଅବସରରେ ପାରମ୍ପରିକ ପୂଜାପାଠ ଏବଂ ଆଧ୍ୟାତ୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରୀରାମ ନବମୀ ପାଳନ ଅବସରରେ ରାମ ଭକ୍ତ ତଥା। ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଶହ ଶହ ରାମ ଭକ୍ତମାନେ,ଫୁଲ ନଖରା ଠାରୁ ପତାକା ଧରି ଜୟ ଶ୍ରୀରାମଙ୍କ ଧୋନୀ ଦେଇ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି ନିଆଳିରେ ପହଞ୍ଚି ଥିଲେ ।

Exit mobile version