ବାଲୁଗାଁରେ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବଙ୍କ ପୁଷ୍କରିଣୀ ତୁଠରେ ଚିଲିକା ବ୍ଲକ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ ହୋଇଯାଇଅଛି।ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ନମ୍ବର କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ ନିଜକୁ ବିଜୁ ବାବୁଙ୍କର ସୁପୁତ୍ର ବୋଲି କହି ଶ୍ରାଦ୍ଧ ଦେଇଥିଲେ ଓ ପିଣ୍ଡ ଦାନ କରି ତିଳତର୍ପଣ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଚିଲିକା ବ୍ଲକ ବିଜେଡି ଅଧ୍ୟକ୍ଷ ଦେବେନ୍ଦ୍ର ସାମନ୍ତସିଂହାର, ଦୀପକ ଜଗଦେବ, ସାଗର ବରାଳ,କବିରାଜ ନାୟକ, ବାବୁଲା ନାୟକ, ନୃସିଂହ ବରାଳ, ସଂତୋଷୀ ବିଶ୍ଵାଳ , ରଞ୍ଜିତା ମହାରଣା ପ୍ରମୁଖ ଅନେକ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଭଗବାନ ପ୍ରଧାନ,

ଲକ୍ଷ୍ମୀଧର ସେଠୀ ଓ କାଉନସିଲର ବୃନ୍ଦ, ଅକ୍ଷୟ କୁମାର ସାହୁ,ବୁଲା ଖାଁ ,ସୁକାନ୍ତ ମାଝୀ ପ୍ରମୁଖ ବିଜେଡି ନେତା ଓ ବହୁ କର୍ମୀ ମାନେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଜଳପାନରେ ଆପ୍ୟାୟିତ କରାଯାଇଥିଲା।ଦୁଃଖୀରଙ୍କି ମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯିବା ସହିତ ବାଲୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରଯାଇଥିଲା। ସେହିପରି ବାଣପୁର ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ତିଳ ତର୍ପଣ ଆଦି ସମ୍ପନ୍ନ କରାଯାଇ ସମୁହ ଶପଥ ପାଠ କରାଯାଇଥିଲା ।

Exit mobile version