କଂଗ୍ରେସ ରୁ ବିଭୁତି କୁମାର ଜେନାଙ୍କ ଇସ୍ତଫା

୩୨ବର୍ଷ କାମ କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି ,କିନ୍ତୁ ବର୍ତ୍ତମାନ କଂଗେସରେ ଆଉ ସେ ନୀତି ଆଦର୍ଶ ନାହିଁ ।

୧୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଭରତୀୟ ଜାତୀୟ କଂଗ୍ରେସ ର ଜଣେ ଯୁବ ନେତା, ସୁ ସଂଗଠକ ତଥା ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସଂପାଦକ ବିଭୁତି କୁମାର ଜେନା ଦଳର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଛନ୍ତି । ମୁଁ ବିଭୁତି କୁମାର ଜେନା କଂଗ୍ରେସ ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ 1992 ମସିହାରୁ ଛାତ୍ର କଂଗ୍ରେସ ହିସାବରେ କଂଗ୍ରେସରେ ଯୋଗଦେଇଥିଲେ । ମୋର ନିଷ୍ଟପର, ନିଶ୍ୱାର୍ଥପର ସେବା ପାଇଁ ମୋତେ କଂଗ୍ରେସରେ ବିଭିନ୍ନ ପଦପଦପି (ଛାତ୍ର କଂଗେସ,ଯୁବ କଂଗ୍ରେସ ଏବଂ ସାଧାରଣ ସମ୍ପାଦକ ଜିଲ୍ଲା କଂଗେସ କମିଟି ନୟାଗଡ଼) ରେ ୩୨ବର୍ଷ କାମ କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି କିନ୍ତୁ ବର୍ତ୍ତମାନ କଂଗେସରେ ଆଉ ସେ ନୀତି ଆଦର୍ଶ ନାହିଁ ।

ସାଧାରଣ ଲୋକଙ୍କ ପାଖକୁ ନଯାଇ,କେବଳ ପ୍ରଚାରରେ ସିମିତ। ଏଠି ଦଲାଲ ଙ୍କ ହାତରେ କଂଗ୍ରେସ । ଆସନ୍ତା ନିର୍ବାଚନ ପାଇଁ ନୟାଗଡ଼ ଜିଲ୍ଲା ରେ କିଛି କୁଚକ୍ରି ଲୋକଙ୍କ ହାତରେ ବିଧାନ ସଭା ନେତୃତ୍ବ। ଏହି ନିଷ୍ପତ୍ତି ରେ ଅସନ୍ତୋଷ ପ୍ରକାଶ କରି ରାଜ୍ଯ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କୁ ଲିଖିତ ଭାବେ ଜଣାଇଥିବାଏକ ପ୍ରେସ୍ ବିବ୍ରୁତି ରେ ସୂଚନା ଦେଇଛନ୍ତି। ଏଥି ସହ ଆଗାମୀ ଦିନ ରେ ନିଜ ଶୁଭେଚ୍ଛୁ ମାନଙ୍କ ସହ ଆଲୋଚନା କରି ଭବିଷ୍ଯତ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି ।

Exit mobile version