ସରକାରୀ କଟକଣାକୁ ଠିକାଦାରଙ୍କ ଫୁ ଡ଼ୁଡ଼ୁ ଖରାରେ ଏନ୍ଏସି ନୂତନ ଗ୍ରୃହ କାର୍ଯ୍ୟ କରୁଛନ୍ତି ଶ୍ରମିକ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ତାତଲାରୁ ନିସ୍ତାର ନାହିଁ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ତାତଲା କରେଇରେ ସିଝୁଛି ଓଡ଼ଗାଁ ସହର। ସାରା ରାଜ୍ୟ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରେ ଉବୁଟୁବୁ ହେଉଥିବା ବେଳେ ସରକାର ସର୍କୁଲାର ଜାରି କରିଛନ୍ତି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ବାରଣ କରାଯାଇଛି। କିନ୍ତୁ ଏହି ନିେର୍ଦ୍ଦଶକୁ ଫୁ କରି ଉଡ଼ାଇ ଦେଇଛନ୍ତି ଠିକାଦାର । ଓଡ଼ଗାଁ ଏନ୍ଏସି ନୂତନ କାର୍ଯ୍ୟାଳୟରେ ଶ୍ରମିକମାନଙ୍କୁ ନିୟୋଜିତ କରି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି, ହିଟ୍େଓ୍ୟଭ୍କୁ ଦୃଷ୍ଟିରେ ରଖି ସରକାର ସମସ୍ତ ଠିକାଦାର ସଂସ୍ଥା ଓ କର୍ମଚାରୀଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପାର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ନିେର୍ଦ୍ଦଶ ଦେଇଛନ୍ତି ।

ଯଦି ନିେର୍ଦ୍ଦଶକୁ ଅବମାନନା କରି କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ବିରୋଦ୍ଧରେ ସରକାର କଠୋର ହେବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ଏହା ସତ୍ବେ ଆଜି ଓଡ଼ଗାଁ ଜାରିଙ୍ଗି ଠାରେ ଏନ୍ଏସି ନୂତନ କୋଠା କାର୍ଯ୍ୟରେ ଶ୍ରମିକଙ୍କୁ ଡ଼ୁଡ଼ୁ ଖରାରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହଁ ୧୦ରୁ ୧୫ଜଣ ଶ୍ରମିକ ଛାତ ଉପରେ ଚଢି କାର୍ଯ୍ୟ କରୁଥିଲେ। ସରକାର ଗୋଟିକ ପରେ ଗୋଟିଏ ନିେର୍ଦ୍ଦଶନାମା ଜାରି କରିଥିଲେ ମଧ୍ୟ ଠିକାଦାରଙ୍କୁ କିଛି ଫରକ ପଡ଼ୁନଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼କଥା ହେଉଛି ଏହା ଅନ୍ୟ କୈୖାଣସି ପ୍ରାଇଭେଟ୍ ସଂସ୍ଥା ନୁହେଁ।

ଖୋଦ୍‌ ଓଡ଼ଗାଁ ଏନ୍ଏସିର ନୂତନ କୋଠା କାର୍ଯ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଯାଇଥିଲେ ମଧ୍ୟ ସରକାରୀବାବୁ ସବୁଜାଣି ଚୁପ୍ ବସିଛନ୍ତି। ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିଶନର ନିେର୍ଦ୍ଦଶ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାମ୍ଭ୍ରୁ ନିେର୍ଦ୍ଦଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଛି। ଏହି ଘଟଣାରେ ଉପଜିଲ୍ଲାପାଳ କଣ୍ଣଦେବ ସମାଦାର ତଦନ୍ତ କରିବେ ବୋଲି କହିଛନ୍ତି।

Exit mobile version