ବୋରଗାଁ ଓ ବାଡ଼ିଲୋ ଗ୍ରାମରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତର ବୋରଗାଁ ଏବଂ ରାକମା ପଞ୍ଚାୟତର ବାଦିଲୋ ଗ୍ରାମରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହିତ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ସନ୍ତୋଷ କୁମାର ତ୍ରିପାଠୀ ଓ ବିଜୟ କୁମାର ପଟ୍ଟନାୟକ, ବିଜେଡ଼ି ନେତା ଚନ୍ଦ୍ରକାନ୍ତ ବଳିଆର ସିଂହ, ସର୍ବେଶ୍ଵର ସ୍ବାଇଁ ଓ ଦିଲ୍ଲୀପ କୁମାର ଦାସଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଘରେ ଘରେ ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଗୁଡିକୁ କର୍ମୀମାନେ ଲଗାଇଥିଲେ।

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀ, କର୍ମକର୍ତ୍ତା, ସଂଗଠକ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଶୋଭାଯାତ୍ରାରେ ବହାରି ଉଭୟ ଗ୍ରାମ ପରିକ୍ରମା କରିବା ସହ ଘରେ ଘରେ ଶଙ୍ଖ ଚିହ୍ନ ପୋଷ୍ଟର ଗୁଡିକୁ ଲଗାଇଥିଲେ।

Exit mobile version