କ୍ରୀଡ଼ା ଦ୍ଵାରା ଏକତା ଓ ଭାଇଚାରା ସୃଷ୍ଟି ହୁଏ – ଦଶପଲ୍ଲା ବିଧାୟକ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :->  ନୟାଗଡ଼ ଜିଲ୍ଲା ନୂଆଗାଁ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ନୂଆଗାଁ କ୍ରିକେଟ ପ୍ରିମିୟରଲିଗ୍ ର ଉଦଘାଟିତ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।କ୍ରୀଡା ଭାଇଚାରା ସୃଷ୍ଟି କରିବା ସହ କ୍ରୀଡା ଶରୀର ର ସୁସ୍ଥତା ପାଇଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା,

ଆତ୍ମାଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଶିବଦତ୍ତ ପାତ୍ର, ସମ୍ପାଦକ ହୃଦୟାନନ୍ଦ ସାସମଲ୍ , ପଞ୍ଚାୟତ ସଭାପତି ପ୍ରକାଶ କୁମାର ନାୟକ, ପୂର୍ବତନ ସରପଞ୍ଚ କୋରଡ଼ା ଗୋଲଖ ଗୋଛାୟତ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଘାଟନୀ ମ୍ୟାଚରେ ପ୍ରଧାନ ସାନିଟାରୀ ୱାରୀୟସ ସହିତ ପ୍ରତିଷ୍ଠା ୱାରୀୟସ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ୍ ୱିନ କରି ପ୍ରଧାନ ସାନିଟାରୀ ୱାରୀୟସ ବ୍ୟାଟିଂ କରି ୧୫ ଓଭରରେ ୬ୱିକେଟ ହରାଇ ୨୪୭ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ପ୍ରତିଷ୍ଠା ୱାରିୟସ୍ ଦଳ ୧୫ ଓଭରରେ ୮ୱିକେଟ ହରାଇ ମାତ୍ର ୧୬୭ ରନ ସଂଗ୍ରହ କରିବା ପାଇଁ ସକ୍ଷମ ହୋଇଥିଲେ। ପ୍ରଧାନ ସାନିଟାରୀ ୱାରିଆର ୮୦ ରନରେ ବିଜୟ ହାସଲ କରିଥିଲା । ରାଜାରାମ କାଳିଆ ଙ୍କୁ ମ୍ୟାନ ଉପ ମ୍ୟାଚ ଘୋଷଣା କରାଯାଇଥିଲା ।ଆଜିର ଖେଳକୁ ଅଞ୍ଜନ ଗୋଛାୟତ, ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଖେଳକୁ ଏଫସିସି ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Exit mobile version