ନିଆଳି, କଣ୍ଟାପଡ଼ା ଓ ବାଲିପାଟଣା ଅଞ୍ଚଳରେ ଝାମୁ ଯାତ୍ରା ଏବଂ ନବ ବର୍ଷ ପାଳନ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ପବିତ୍ର ମହାବିଷୁବ ସଂକ୍ରାନ୍ତି, ହନୁମାନଙ୍କ ଜନ୍ମ ଜୟନ୍ତୀ ଓ ନବ ବର୍ଷ ପାଳନ ଅବସରରେ କଟକ ଜିଲ୍ଲା ତଥା ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ଗ୍ରାମପଞ୍ଚାୟତ, କସର୍ଦାର ମା ମଙ୍ଗଳାଙ୍କ ମନ୍ଦିରରେ ଏହି ବର୍ଷ ଦେଖିବାକୁ ମିଳିଲା ନୂତନ କାଳସୀ. , ମା ମଙ୍ଗଳାଙ୍କ ପୀଠରେ ୪୨ବର୍ଷ ଧରି ଝାମୁଯାତ୍ରାଚାଲୁ ରହିଥିବାବେଳେ ବର୍ତମାନର ମୁଖ୍ୟପରିଚାଳକ ଅମୂଲ୍ୟ ସାମଲ,ପ୍ରଶାନ୍ତ ଭୋଇଙ୍କ ପରିଚାଳନାରେ ଏହି ପୀଠରେ ୫ଜଣ କାଳସୀ ଝାମୁଯାତ୍ରାରେ ପୂର୍ବରୁ ନିଷ୍ଠାପର ରହି ମା ମଙ୍ଗଳାଙ୍କ ଆରାଧନା କରି ଗତ ଅମାବାସ୍ୟାଠାରୁ କାକଟପୁର ମା ମଙ୍ଗଳାଙ୍କ ଆଙ୍ଗ୍ୟାମାଳ ଆଣି ଝାମୁଯାତ୍ରା ପାଇଁ ଯଥାବିଧି ପୂଜାର୍ଚ୍ଚନା କରିଥିଲେ.,

ପ୍ରଥମ କରି ଜଣେ ୧୭ବର୍ଷ ବୟସର ଝିଅ ମା ମଙ୍ଗଳାଙ୍କ ଆଶ୍ରିବାଦରୁ ଝାମୁଯାତ୍ରାରେ ସାମିଲ ହୋଇଥିବାରୁ ପ୍ରତି ବର୍ଷଠାରୁ ଏହି ବର୍ଷ ଏହିଠାରେ ଶହଶହ ଲୋକ ଝାମୁ ଦେଖିବାକୁ ଆସିଥିଲେ,.ମୁଖ୍ୟ କାଳସୀ ଭାବରେ କାଳନ୍ଦୀ ଭୋଇ,ଜନାର୍ଦନ ଭୋଇ,ଶିବ ପ୍ରସାଦ କାଣ୍ଡି,ବଡ ପାଟୁଆ ବିଷ୍ଣୁ ଚରଣ ଭୋଇ ଥିଲାବେଳେ ପ୍ରଥମ କରି ୧୭ ବର୍ଷର ଝିଅ କାଳସୀ କୁନମୁନ ରାଉତ ଦିନ ୧୧ଟାରେ ଯମୁନା ସ୍ନାନ କରି ମା ଜାଗୁଳାଇଙ୍କୁ ଦର୍ଶନ ସାରି ଘଣ୍ଟ,ଘୋଡାନାଚ,ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ଦ୍ୱାରା ଗ୍ରାମ ପରିଭ୍ରମଣ କରି ମଙ୍ଗଳାଙ୍କ ପୀଠରେ ପହଞ୍ଚି ସମସ୍ତେ ନିଆଁରେ ପଶିଥିଲେ.ଏହି ଯାତ୍ରାରେ କସର୍ଦା ସରପଞ୍ଚ ଶ୍ରୀଯୁକ୍ତ ସୁରେଶ ପଟନାୟକ ଯୋଗଦେଇଥିଲାବେଳେ କସର୍ଦା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସେଠୀ ଙ୍କ ଉପସ୍ଥିତ ଯୋଗୁ ଶାନ୍ତି ଶୃଖଂଳାର ସହିତ ଏହି କାର୍ଯକ୍ରମ ଶେଷ ହୋଇଥିଲା.

ଉପେନ୍ଦ୍ର ଭୋଇ ଗୁରୁଚରଣ କାଣ୍ଡି,ଲୋଚନ ଦାସ(ଚନ୍ଦୁ),ପ୍ରମୋଦ ଭୋଇ,ଗତନାଥ ରାଉତ,ପ୍ରଫୁଲ ସାମଲ ଏବଂ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ଶେଷ ହୋଇଛି.। ସେହିପରି ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ନିକଟସ୍ଥ କୁଦପାଟଣାର ପ୍ରସିଦ୍ଧ ମା, ବାରଭୂଜାଙ୍କ ଝାମୁ ଯାତ୍ରା ମହାଆନନ୍ଦ ଶେଷ ହୋଇଥଲା। ଏହି ଉପଲକ୍ଷେ କାଳୀସିଆ ମା, ଵାରଭୁଜାଙ୍କୁ ଦର୍ଶନ କରିବା ପରେ ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନିଆଁରେ ଚାଲିଥିଲେ। ମା ବାରଭୂଜାଙ୍କର ଏହି ଝାମୁଯାତ୍ରା ଦେଖିବା ପାଇଁ ଲୋକମାନଙ୍କର ପ୍ରବଳ ଭିଡ଼ ଲାଗିଥିଲା। ଏହିପରି ଖଣ୍ଡିଆଦଣ୍ଡା ମା ଶାରଳାଙ୍କ ପୀଠରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା, ବାଲିପାଟଣାର ନରିଶୋ, ପଦନ ପଦା, ଆଳସିଶାସନ, ପଦ୍ମପୁର, ସରକଣ। , ଗୁଆପୂର୍, ଭାକର ସାହି,ବାଲିପାଟଣା, ପ୍ରଭୁତି ଅଞ୍ଚଳର ଦେଵୀ ପୀଠ ମାନଙ୍କରେ ଝାମୁଯାତ୍ରା, ଏବଂ ହନୁମାନ ଜୟନ୍ତୀ ଓ ନବ ବର୍ଷ ପାଳନ ହୋଇଥଲା। ଆଉ ମଧ୍ୟ ସରକଣା ସମେତ ବହୁ ସ୍ଥାନରେ କଣ୍ଟ।ଫୋଡା ପାଟୁଆ,କାଳସୀଆ ଝାମୁ ଯାତ୍ରା ଦେଖିବାକୁ ମିଳିଛି ।

Exit mobile version