ଟାଙ୍ଗୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରୋନ ସେବାର ସଫଳତା

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :->  ଭୁବନେଶ୍ୱର ରୁ ଟାଙ୍ଗୀ କୁ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ଡ୍ରୋନ ସେବା ପୁଣି ସଫଳ ହୋଇଛି ୩ ୟ ଥର ପାଇଁ ଭୁବନେଶ୍ୱର ଏମ୍ସ ରୁ ଆକାଶ ମାର୍ଗରେ ଡ୍ରୋନ ସେବା ଆରମ୍ଭ. ହୋଇଛି।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚିଲା  ରକ୍ତ ଟାଙ୍ଗୀ ଗ୍ରାମ ପଞ୍ଚାୟତ ବ୍ରାହ୍ମଣ ଡିହ ଗ୍ରାମର ଦୁର୍ଗା ସାଲଭେ ୩୪ବର୍ଷ ଗୁରୁତର ଗର୍ଭବତୀ ରୋଗୀଙ୍କୁ ରକ୍ତ  ଯୋଗାଣ  ଆରମ୍ଭ ହୋଇଛି । ଗର୍ଭବତୀ ମହିଳା ଜଣକ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆସିଥିବା ବେଳେ ରକ୍ତ ହୀନତା ଥିବା ଦେଖିବାକୁ ପାଇଥିଲେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ।

ଏହା ପରେ ଆଜି ମହିଳା ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ରକ୍ତ ଯୋଗାଇ ଦିଆଯାଇଛି।ଏମ୍ସ ପକ୍ଷରୁ ଓଡିଶା ରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି।୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି।ଏହି ଡ୍ରୋନ ୫ କେଜି ଓଜନ ପରିବହନ କରିବାର  କ୍ଷମତା ରଖିଥିବା ଜଣା ପଡିଛି। ଅତି ଜରୁରୀ ପରିସ୍ଥିତି ରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବାର ରହିଛି କ୍ଷମତା।ଏହି ଡ୍ରୋନ ପୁନର୍ବାର ଏମ୍ସ ଭୁବନେଶ୍ୱର କୁ ସଫଳତାର ସହ ଆକାଶ ପଥରେ ଫେରି ଯାଇଛି।

ଆକାଶ ପଥରେ ପକ୍ଷୀ ମାନଙ୍କ ଠାରୁ ଢେର ଉଚ୍ଚ ରେ ୪୦୦ ଫୁଟ ଉଚ୍ଚତା ରେ  ଏହି ଡ୍ରୋନ ଉଡାଣ କରିବା ର ରହିଛି କ୍ଷମତା ବୋଲି ଡ୍ରୋନ ଟେକନସିଆନ ଦେଇଛନ୍ତି ସୂଚନା। ଆଜି ଏହି ସେବା ୩ୟ ଥର ଉଡାଣ ରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି. ତେଣୁ ଏହି ସେବା ଆଗକୁ ପ୍ରତି ସୋମବାର ଦିନ ଜାରୀ ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣା ପଡିଛି।ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ ଉପକୃତ ହୋଇ ପାରିବେ।

Exit mobile version