ବଉଦ୍ ସୀମାରେ କଡାକଡି ଯାଂଚ

୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :->  ସାଧାରଣ ନିର୍ବାଚନକୁ ନେଇ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗାଁ ଗହଳିରେ ଦିନକୁ ଦିନ ରାଜନୈତିକ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ନ ଘଟିବା ପାଇଁ ଗାଁଗହଳିରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ସେହିଭଳି ନୟାଗଡ଼ ଏବଂ ବୌଦ୍ଧ ସୀମାନ୍ତରେ ଯାନବାହାନ ଚଳାଚଳ ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି ।

ସୀମାନ୍ତକୁ ନାକାବନ୍ଦୀ କରାଯିବା ସହ ଦୈନିକ ବାଇକ୍‌ଠାରୁ ଆରମ୍ଭ କରି କାର୍, ବସ୍, ଟ୍ରକ୍ ଆଦି ଗାଡ଼ି ମୋଟରକୁ ତନତନ କରି ଯାଞ୍ଚ କରାଯାଉଛି । ବିଶେଷକରି ଯାନବାହାନରେ ନିଶା କାରବାର ଏବଂ ଟଙ୍କା ଚାଲାଣ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା କହିଛନ୍ତି ।

Exit mobile version