ବଳଦିଆ ନୂଆଗାଁ ଗ୍ରାମରେ ଦଣ୍ଡ ପର୍ବ ଉଦଯାପିତ  

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ସନାତନ ଧର୍ମ ହିନ୍ଦୁ ସଂସ୍କୃତି ଅନୁସାରେ ଜୀଵନ ଧର୍ମ ସହ ଜଡିତ ହୋଇରହିଛି ଯାହାର ଉଦାହରଣ ଦେଖିବାକୁ ମିଳିଛି ଚୈତ୍ରମାସ ଦଣ୍ଡ ପାଟଵେତ ଯାତ୍ରାରେ ! ମେରୁପର୍ବ ଯାହାକୁ ମେରୁ ପର୍ବତ ସହ ତୁଳନା କରାଯାଏ. ! ହିନ୍ଦୁ ନବବର୍ଷ ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ ! ପଣା ସଂକ୍ରାନ୍ତି ପୂର୍ବ ଦିନ ମେରୁ ପର୍ବ ହୋଇଥାଏ ! ସେହିଦିନ ଭକ୍ତାମାନେ ଧୂଳିଦଣ୍ଡ ଖେଳି ପାଟ ବେତକୁ ପୁଷ୍କରିଣୀକୁ ସ୍ନାନ କରିବାକୁ ଯାଇଥାନ୍ତି ଏଭଳି ଦଣ୍ଡଯାତ୍ରା ଦେଖିବାକୁ ମିଳେ !

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବଳଦିଆନୂଆଗାଁରେ ଦଣ୍ଡପର୍ବ ଉପଲକ୍ଷେ ଗ୍ରାମବାସୀଙ୍କ ଆବାହକତ୍ୱରେ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପବିତ୍ର ଦଣ୍ଡ ପର୍ବ ଆଜି ଉଦଯାପିତ ହୋଇଯାଇଅଛି ! ଏହି ଦଣ୍ଡ ପର୍ବ ବଳଦିଆନୂଆଗାଁ ଗ୍ରାମରେ ଆଜକୁ ଦୀର୍ଘ 100ରୁ ଉର୍ଦ୍ଧ ବର୍ଷ ହେବ ନିଷ୍ଠା, ନୀତି ଓ ଵିଧି ସହିତ ମହାଆଡମ୍ବର ସହ ପାଳିତ ହୋଇଆସୁଅଛି. ! ଚଳିତ ବର୍ଷ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପବିତ୍ର ଦଣ୍ଡ ଯାତ୍ରାପର୍ବ 9ଧରି ପାଳିତ ହୋଇଥିବାବେଳେ ବାଘୁଆପଲ୍ଲୀ ପଞ୍ଚାୟତର ପଥରପୁଞ୍ଜି, ଦାରୁଢିପ,

ଆଇଁଶିଆ ଖୋଲ, ଓଳାସ,ପାଟଣା ବନ୍ଧଦ୍ୱାର,ବନ୍ଧଦ୍ୱାର, କୁଞ୍ଜବନ ପ୍ରସାଦ ଓ ସୁଅlମଢିପ ପ୍ରମୁଖ ଗ୍ରାମଗୁଡିକରୁ ଆସିଥିବା ମାନସିକ ବ୍ରତଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ଏହି ଦଣ୍ଡଯାତ୍ରା ପର୍ବରେ ନିଷ୍ଠାର ସହ ନୀତିନିୟମାନି ଉପବାସ କରିଥିଲେ. ! ଶନିବାର ଦିନ ମେରୁପର୍ବରେ ଦଣ୍ଡୁଆ ଭକ୍ତାମାନେ ଧୂଳିଦଣ୍ଡ, ଜଳଦଣ୍ଡ ଓ ଅଗ୍ନିଦଣ୍ଡ ନିଷ୍ଟାର ଦଣ୍ଡ ପାଳନ କରିଅଛନ୍ତି ! ଏହି 9 ଦିନ ଗାଁଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ଝୁଣା ଧୂପରେ ମହମହ ବାସ୍ନାରେ ଘଣ୍ଟା, ଢୋଲ ଭକ୍ତମାନଙ୍କ ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଉଠେ !

ଏହି ଦିନ ଗ୍ରାମବାସୀମାନଙ୍କ ସହଯୋଗରେ ବିଭିନ୍ନ ପ୍ରକାରର ବାଣ ଫୁଟା ସହିତ ଓଡ଼ିଆ ପରମ୍ପରିକ ନୃତ୍ୟ ପରିବେଷଣ ହୁଏ ! ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମ ଯଥା ପଥରପୁଞ୍ଜି ,ବନ୍ଧଦ୍ୱାର ସୁଅlମଢିପ, ଓଳାସ, କୁଞ୍ଜବନପ୍ରସାଦ, ଆଦି ବିଭିନ୍ନ ଗ୍ରାମଗୁଡ଼ିକରୁ ଶତାଧିକ ଜନ ସମାଗମ ହୋଇଥାଏ. ! ଏହି ଦଣ୍ଡ ଯାତ୍ରାରେ ରଙ୍ଗରଙ୍ଗ ସଂସ୍କୃତକ କାର୍ଯ୍ୟକ୍ରମକୁ ଲୋକମାନେ ମନଭରି ଉପଭୋଗ କରrଥାନ୍ତି. ! ବାଘୁଆପଲ୍ଲୀ ପଞ୍ଚାୟତର ଏହି ଐତିହ୍ୟ, କଳା, ସଂସ୍କୃତି ବଳଦିଆନୂଆଗାଁ ସେଥିପାଇଁ ନିଆରା. !

ବଳଦିଆନୂଆଗାଁର ନୀଳକଣ୍ଠେଶ୍ଵର ଦେବଙ୍କର ଦଣ୍ଡ ଯାତ୍ରାକୁ ଗ୍ରାମକମିଟିର ସଭାପତି ନୀଳାମ୍ବର ଦାସ, ସମ୍ପାଦକ କୁଳମଣି ପୃଷ୍ଟି, ଯୁବଗୋଷ୍ଠୀ ଓ ସରପଞ୍ଚଙ୍କ ପ୍ରତିନିଧି ନବକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଶାନ୍ତି ଶୃଙ୍ଖଳାର ପରିଚାଳନା କରିଥିଲେ. ! ଏହି ଦଣ୍ଡଯାତ୍ରା ପର୍ବ ବଳଦିଆ ନୂଆଗାଁରେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଗ୍ରାମବାସୀ ଓ ଯୁବଗୋଷ୍ଠୀମାନଙ୍କୁ ସରପଞ୍ଚ ଇନ୍ଦୁମତୀ ସାହୁ ଉଚ୍ଚ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି. !

Exit mobile version