ଅନ୍ଧାରୁଆ ଗ୍ରାମରେ ପାଳିତ ହେଲା ଝାମୁଯାତ୍ରା

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :->  ଭୁବନେଶ୍ୱର ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମଠାରେ ବାପୁଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆଜି ବାର୍ଷିକ ଚୈତ୍ର ପର୍ବ ଏବଂ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଗ୍ରାମ ଦେବତୀ ମା ମଙ୍ଗଳାଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା । ଏହାପରେ ଏକମାସ ଧରି ବ୍ରତ ପାଳନ କରି ଆସୁଥିବା ଝାମୁଆ ମାନେ ସାହି ପରିକ୍ରମା କରି ମଧ୍ୟାହ୍ନରେ ଝାମୁ ଚାଲିଥିଲେ।

ଦୀର୍ଘ କେତେ ଦଶନ୍ଧି ହେଲା ବୈଶାଖ ପଣା ସଂକ୍ରାନ୍ତି ଦିନ ଏଠାରେ ଝାମୁଯାତ୍ରା ଆୟୋଜିତ ହୋଇଆସୁଛି। ପ୍ରଭୁ ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ପୂର୍ବରୁ ହବିଷ୍ୟାନ୍ନ ଭୋଜନ କରୁଥିଲେ। ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାକୁ ଅତୁଟ ରଖି ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ ହେଉଛି। ଆଖପାଖ ଗ୍ରାମ ଗୁଡ଼ିକରୁ ସହ ସହ ସଂଖ୍ୟାରେ ଲୋକ ଏହି ଯାତ୍ରା ଏବଂ ଅଗ୍ନିରେ ଝାମୁଆ ମାନଙ୍କ ଚାଲିବା ଦୃଶ୍ୟ ଭକ୍ତି ଭାବନାସହ ଦେଖିଥିଲେ। ଭକ୍ତିମୟ ପରିବେଶ ଭିତରେ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ ହୋଇଥିଲା।

Exit mobile version