ହରିଶଙ୍କର ଛକ ରେ ହନୁମାନ ଜୟନ୍ତୀ ପାଳିତ : ହୋମ ଯଜ୍ଞ ସହ ରାମାୟଣ ପାରାୟଣ

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଛକ ଠାରେ ଥିବା ହନୁମାନ ମନ୍ଦିର ପରିସରରେ ବଜରଙ୍ଗ ବଳୀ ଟ୍ରଷ୍ଟ ତରଫରୁ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ପୂଜା ପାଠ, ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସାତଜଣ କର୍ତ୍ତା ସସ୍ତ୍ରିକ କାର୍ଯ୍ୟସମ୍ପାଦନ୍ କରିଥିବା ବେଳେ ପୂଜକ ରୂପେ ସହଦେବ ମିଶ୍ର ଓ ସନ୍ତୋଷ ମିଶ୍ର କାର୍ଯ୍ୟାମ୍ପାଦନ କରିଥିଲେ ।ପରେ ରାମାୟଣ ସୁନ୍ଦରା କାଣ୍ଡ ପରାୟଣ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପଣା ବଣ୍ଟନ ସହ ମାଗଣା ଅର୍ଣ୍ଣ ଭୋଗ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟ ସଭାପତି ପ୍ରମୋଦ କୁମାର ବାଗ, ସମ୍ପାଦକ ସଞ୍ଜୟ ବାରିକ, ଉପେନ୍ଦ୍ର ଭୋଇ, ଗୋପାଳ ମେହେର, ନିରାକାର ନିଆଲ, କାହ୍ନା ଥନାପତି, ପୁରନ୍ଦର ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ସନ୍ତୋଷ ଗଡତ୍ୟା, ସୁଶାନ୍ତ ଦାଶ, ଆକାଶ ମଣ୍ଡଳ, ସୁଶାନ୍ତ ପଧାନ, ବାଲଗୋପାଳ ଦାଶ, ଜୟମଙ୍ଗଲ ରାଉତ ସମେତ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସମେତ ଖପ୍ରାଖୋଲ, ଭେଲୁଆଁଖୋଲ୍, ଗୁଣ୍ଡୁରୁପାଲି, ଚାଉଲବାଞ୍ଜି, କପସିପାଳି ପ୍ରମୁଖ ଗ୍ରାମ ର ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

Exit mobile version