Home ଓଡ଼ିଶା ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକର ସାମାଜିକ ନ୍ୟାୟ ବ୍ୟବସ୍ଥା ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ।ସଂଘର୍ଷ ରୁ କିପରି ଜଣେ ସଫଳ ହୁଏ ଓ ଦେଶର ଗୌରବ ବୃଦ୍ଧି ରେ ସହାୟକ ହୁଏ ତାହା ଆମ୍ବେଦକର ଙ୍କ ଜୀବନ ଆଦର୍ଶ ରୁ ସ୍ପଷ୍ଟ ପ୍ରତୀୟମାନ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡଃ ଆମ୍ବେଦକର ଙ୍କ ୧୩୩ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ଡଃ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ।ସେ ମେଧାବୀ, ପରିଶ୍ରମୀ, ଜାତିୟତାପ୍ରେମୀ ଓ ସଂସ୍କାରବାଦୀ ଥିଲେ। ସାମାଜିକ ଗଣତନ୍ତ୍ର, ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସ୍ଥିରତା ପ୍ରତିଷ୍ଠା କ୍ଷେତ୍ରରେ ବାବାସାହେବ ଙ୍କ ଅବଦାନ ଆମକୁ ପ୍ରେରଣା ଦେଉଥିବ।ଡଃ ଆମ୍ବେଦକରଙ୍କ ଜୀବନୀ, ସେତେବେଳର ସାମାଜିକ ସ୍ଥିତି, ତାଙ୍କ ସଂଗ୍ରାମ, ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନରେ ତାଙ୍କର ଅବଦାନ, ଶିକ୍ଷା, ସଂସ୍କାର, ସାମାଜିକ ନ୍ୟାୟ, ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ।ଆମ ଦେଶ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର।ଏବେ ତାହାର ମହାପର୍ବ ନିର୍ବାଚନ ଆସୁଛି। ପ୍ରତ୍ୟେକ ଭୋଟର ଗଣତନ୍ତ୍ର କୁ ସୁଦୃଢ ପାଇଁ ନିଶ୍ଚିତ ମତଦାନ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିମଳା କୁମାରୀ ସେନାପତି ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ,ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତି ଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜୀଉଙ୍କ ପ୍ରତିମୂର୍ତ୍ତି ଓ ଡଃ ଆମ୍ବେଦକର ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ।ଶେଷରେ ଶିକ୍ଷୟତ୍ରୀ ଶୋଭାମଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ପୁରୀ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026 ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା by Proprietor Abhimanyu Maharana August 15, 2026 Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026