Home ଓଡ଼ିଶା ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଡ ଭୀମରାଓ ରାମଜୀ ଆମ୍ବେଦକରଙ୍କ : ୧୩୩ତମ ଜୟନ୍ତୀ ମହାସମାରୋହରେ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସକାଳ ଘ ୯.୦୦ ସମୟରେ ଡ ବି ଆର୍ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସମ୍ମାନିତ ଅତିଥି ରୂପେ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଦୟାମୟ ପାଢ଼ୀ , ଉପ ଜିଲ୍ଲାପାଳ,ଭବାନୀପାଟଣା ଡ଼ ବିଶ୍ୱଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଗଣ ଡ ଆମ୍ବେଦକରଙ୍କୁ ବିଶିଷ୍ଟ ଜନନେତା, ସମାଜ ସଂସ୍କାରକ, ଅସାଧାରଣ ବ୍ୟକ୍ତିତ୍ଵ , ସମ୍ବିଧାନ ପ୍ରଣେତା , ଗଣତନ୍ତ୍ରର ମୁଖ୍ୟ ପୁରୋଧା, ବିଶିଷ୍ଟ ରାଜନୀତିଜ୍ଞ, ମହିଳାମାନଙ୍କ ଅଧିକାରରେ ସମାନତା,ସାମାଜିକ ନ୍ୟାୟର ପ୍ରତିଷ୍ଠାତା,ଦଳିତ ଓ ନିଷ୍ପେସିତଙ୍କ ପ୍ରାଣକର୍ତା ରୂପେ ଅଭିହିତ କରି ତାଙ୍କର ଆଦର୍ଶ ଓ ଜୀବନୀକୁ ପାଠ କରି ଆଗାମୀ ପିଢ଼ି ଏକ ସଶକ୍ତ , ବଳିଷ୍ଠ ଗଣତନ୍ତ୍ରରେ ଭାରତବର୍ଷକୁ ଦେଖିବା ଓ ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାର ହେବାକୁ ଆହ୍ବାନ କରିଥିଲେ।ଏହି ଅବସରରେ ଆଜି ସକାଳ ଘ ୭.୩୦ ସମୟରେ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତା,ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ନକଟିଗୁଡା ଛକ ସ୍ଥିତ ଏବଂ ରେଲୱେ ଷ୍ଟେସନ ଛକ ସ୍ଥିତ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯାଇ ଥିଲା। ସକାଳ ଘ ୮.୦୦ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ,ବିଭାଗୀୟ ଅଧିକାରୀ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରଯାଇଥିଲା।ଏହି ଜୟନ୍ତୀ ଉପଲକ୍ଷେ ଭୋଟର ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଏବଂ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ହାଇସ୍କୁଲ୍ ଓ ୟୁପି ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।ସଭାର ଆୟୋଜନ,ସଞ୍ଚାଳନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା।ସଭାରେ ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି,ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026