ଜଙ୍ଗଲରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

୧୪ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ଅଡ଼ବା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏକ ଦୁର୍ଗମ ଜଙ୍ଗଲରେ ଚଢ଼ଉ କରି 6 କ୍ଵିଣ୍ଟାରୁ ଅଧିକ ଗଞ୍ଜେଇକୁ ଜବତ କରିଛନ୍ତି. ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମୋହନା ବ୍ଲକର ରାଜପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚୋରା ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ଖବର ମିଳିବା ପରେ ଚଢ଼ଉ କରାଯାଇ ଗଞ୍ଜେଇକୁ ଅଡବା ପୋଲିସ ଜବତ କରିଛି I

ଏକାଧିକ ଜରି ବସ୍ତାରେ ଉକ୍ତ ଗଞ୍ଜେଇ ରଖାଯାଇଥିଲା I ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିବା ମୋହନା ବିଡିଓ ରାଜୀବ ଦାସଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରାଯିବାରେ ତାହା ୬୦୫ କେଜି ଥିବା ଜଣାପଡିଥିଲା I ପୁଲିସର ଚଢ଼ଉ ବେଳେ ଉକ୍ତ ସ୍ଥାନରେ କୌଣସି ମାଫିଆ ନ ଥିବା ଜଣାପଡିଛି। ଅଡ଼ବା ଥାନା ଅଧୂକାରୀଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା I ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Exit mobile version