ମେଧାବୃତି ପରିକ୍ଷାରେ  କୃତିତ୍ୱ ମେଧାବୀଙ୍କୁ ସମ୍ବର୍ଦ୍ଧନା

୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଚାନ୍ଦପୁର  :-> ରଣପୁର ବ୍ଲକ  ଚାନ୍ଦପୁର ସ୍ଥିତ ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ପ୍ରଣବ ମଲ୍ଲିକଙ୍କୁ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ରେ ଯୋଗ୍ୟତା ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।୨୦୨୩-୨୪ ଶିକ୍ଷାବର୍ଷ ରେ ଉକ୍ତ ବିଦ୍ୟାଳୟର ଛାତ୍ର ଶ୍ରୀ ମଲ୍ଲିକ କୃତିତ୍ବର ସହ ମେଧାବୃତ୍ତି ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବାରୁ

 

ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ଓଡଗାଁ ର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ଓଡିଶା ରାଜ୍ଯ ଭାରତ ସ୍କାଉଟସ୍ ଆଣ୍ଡ୍ ଗାଇଡ୍ସ୍ ର ରାଜ୍ଯ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ନାୟକ, ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମଚରଣ ବିଶ୍ବାଳ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଉକ୍ତ  ମେଧାବୀ ଛାତ୍ର ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର,  ଚାନ୍ଦପୁର ରେ ବାଲ୍ଯକାଳରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବାରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ଯ ସଭ୍ଯାମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମାନ ପ୍ରଣବ ଚାନ୍ଦପୁର ଡୋମଣୀ ସାହିର ଶ୍ରୀ ଚନ୍ଦ୍ରଶେଖର ମଲ୍ଲିକ ଓ ଜେମାମଣି ମଲ୍ଲିକ ଙ୍କ ଏକମାତ୍ର ପୁତ୍ର ଅଟନ୍ତି।

 

 

Exit mobile version