ଟାଙ୍ଗୀ ସାହିରେ ଜଳକଷ୍ଟ

୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଚାନ୍ଦପୁର :-> ରଣପୁର ବ୍ଲକ  କନ୍ଧନୟାଗଡ଼ ପଞ୍ଚାୟତ । ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ଵରେ ଏହି ପଞ୍ଚାୟତର ଟାଙ୍ଗୀ ସାହି ରହିଛି। ଆପତତଃ ଏକ ଉଚ୍ଚ ଜାଗାରେ ଏହାର ଅବସ୍ଥିତି ହୋଇଥିବା କାରଣରୁ ଏଠାରେ ଭୂତଳ ଜଳ ସମସ୍ୟା ଦେଖାଦେଇଛି । ଭୂତଳ ଜଳସ୍ତର କ୍ରମଶଃ ନିମ୍ନଗାମୀ ହେଉଥିବା ହେତୁ ଏଠାର ନଳକୂପଗୁଡ଼ିକ କାମରେ ଆସୁନାହିଁ । ଫଳରେ ଏଠାକାର ଲୋକମାନେ ଦୂରଦୂରାନ୍ତକୁ ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି ।

ସେହିପରି ଏହି ପଞ୍ଚାୟତର ୧୬ନଂ ଜାତୀୟ ରାଜପଥ ପାର୍ଶ୍ଵରେ ବହୁ ସଂଖ୍ୟାରେ ଢାବା ହୋଟେଲ ଗଢ଼ି ଉଠିଛି । ରାଜପଥରେ ଯାଉଥିବା ଯାତ୍ରୀମାନେ ଏଠାରେ ଖାଦ୍ୟ ଗ୍ରହଣ କରିଥାନ୍ତି । କିନ୍ତୁ ଏହି ଅଞ୍ଚଳଗୁଡ଼ିକ ଟାଙ୍ଗୀ ଅଞ୍ଚଳ ହୋଇଥିବାରୁ ଏଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ରଣପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ତରଫରୁ ଏହାର ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଟାଙ୍ଗୀସାହି ବାସିନ୍ଦା ଦାବି କରିଛନ୍ତି ।

Exit mobile version