ଶ୍ରୀ ଜଗନ୍ନାଥ ସଂସ୍କୃତି ସର୍ବଧର୍ମର ମିଳନ ସ୍ଥଳ

୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ  :->  ବେଗୁନିଆ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପ ସ୍ଥିତ ଯାତ୍ରା ପଡ଼ିଆରେ ମା କଳିକା ଦେବୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀ ଜଗନ୍ନାଥ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଗ୍ରାମ୍ୟ କମିଟି ସଭାପତି ଲାଲା ଦିଲୀପ ରାୟଙ୍କ ଅଧ୍ୟକ୍ଷତା ଓ ଉଦଘୋଷକ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ଶ୍ରୀ ମନ୍ଦିର ବଡୁସୁଆର ନିଯୋଗ ସଭାପତି ବିଶ୍ଵନାଥ ସାଆନ୍ତରା ମୁଖ୍ୟ ଅତିଥି, ଜଗନ୍ନାଥ ସଂସ୍କୃତି ଗବେଷକ କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ସର୍ବଧର୍ମର ମିଳନ ସ୍ଥଳ ବୋଲି ଅତିଥି ମତ ପ୍ରକାଶ କରିଥିଲେ। ସଭାର ପ୍ରାରମ୍ଭରେ ସ୍ଥାନୀୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

Exit mobile version