ସରକାରୀ ମଦ ଦୋକାନ ରୁ ବେସରକାରୀ ମଦ ଜବତ ଗିରଫ

୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବଡଚଣା :-> ବଡଚଣା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ। ମଦ ବେପାରୀ ମାନେ ଦିନକୁ ଦିନ ଚୋରା ମଦ ବ୍ଯବସାୟ ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଯାହାର ଏକ ସଦ୍ୟତମ ଉଦାହରଣ ହେଉଛି ହେଉଛି। ଆଜି ବୈରୀ ଠାରେ ଥିବା ସରକାରୀ ସିକୃତିପ୍ରାପ୍ତ ଏକ ଦେଶୀ ମଦ ଦୋକାନ ରେ ଦୀର୍ଘ ଦିନ ହେବ ଚୋରାରେ ଦେଶୀ ମଦ ବିକ୍ରି ହେଉଥିଲା।

କୈଣସି ସୁତ୍ରରୁ ଖବର ପାଇ ଯାଜପୁର ରୋଡ ଏ. ଡି. ପିଓ ସୁନିଲ ପଟ୍ଟନାୟକ। ସକାଳେ ବୈରୀ ଥାନା ଅଧିକାରୀ ଶରତଚନ୍ଦ୍ର ନାୟକଙ୍କୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ନାୟକ ଚଢାଉ କରି ସେଠାରେ ମହଜୁଦ ଥିବା ୧୫୦ ଲିଟର ବେଆଇନ୍ ଦେଶୀ ମଦ ଜବତ କରିବା ସହ ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର ଗ୍ରାମର ମହେନ୍ଦ୍ର ସାହୁ ଙ୍କୁ ଗିରଫ କୋଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Exit mobile version