Home ଓଡ଼ିଶା ଓଡ଼ିଶାର ଭୁବନେଶ୍ୱରରେ ଡାଇକିନ୍ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ) by Proprietor Abhimanyu Maharana 2 years ago Share on FacebookShare on TwitterWhatsapp – ଶ୍ରୀ ସିଟିରେ ନୂତନ କାରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ – ଓଡ଼ିଶାରୁ ୫୦%ଅଭିବୃଦ୍ଧି, ୨୦୦କୋଟି ରାଜସ୍ୱ ଆୟ ଲକ୍ଷ୍ୟ – ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜିରେ ଓଡ଼ିଶାର ପ୍ରଥମ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ) ୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ଡାଇକିନ୍ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଜାପାନର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ତଥା ଭାରତରେ ଏୟାର-କଣ୍ଡିସନିଂ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବା ଡାଇକିନ୍ ଏୟାରକଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍) ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଓଡ଼ିଶା ବଜାର ପାଇଁ ଏକାଧିକ ନୂତନ ଏୟାର କଣ୍ଡିସନିଂ ଉତ୍ପାଦର ବଜାର ପ୍ରବେଶ କରାଇଛି । ଡାଇକିନ୍ ଓଡ଼ିଶାକୁ ଏକ ସମର୍ଥ ବଜାର ଭାବରେ ବିବେଚନା କରୁଛି, ତେଣୁ ଏହା ରୁମ୍ ଏସି ବଜାରରେ ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟରେ ବଜାରର ବିକାଶ ନିମନ୍ତେ ନିବେଶ ଜାରି ରଖିବ । ଆଜି ଡାଇକିନ୍ ଉତ୍ପାଦଗୁଡିକ ତାହା ସହିତ ଡାଇକିନ୍ ଗ୍ଲୋବାଲରୁ ମଜଭୁତ ପ୍ରଯୁକ୍ତି ସହିତ ସନ୍ନିବେଶିତ ହୋଇ ଆସିଛି, ଯାହା ମାଲିକାନା ବାବଦ ଖର୍ଚ୍ଚ ହ୍ରାସ କରୁଛି ଏବଂ ଅତୁଳନୀୟ ଗୁଣବତ୍ତା ଓ ଦୀର୍ଘସ୍ଥାୟିତାରେ ଶୀର୍ଷରେ ରହିଛି । ନୂତନ କାର୍ଯ୍ୟାଳୟ ଆମ ସହଭାଗୀଙ୍କୁ ଶାରୀରିକ ଭାବରେ ଡାଇକିନ୍ କର୍ମଚାରୀଙ୍କୁ ଭେଟିବା ଏବଂ ସେମାନଙ୍କ ସହିତ ମିଶି କାର୍ଯ୍ୟକରିବାର ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ଏକ ସମନ୍ୱିତ ଦୃଷ୍ଟିଭଙ୍ଗୀ ଯୋଗାଇ ଦେଉଛି । ଏହି ଅବସରରେ ଶ୍ରୀ କୁଲଦୀପକ ବିରମଣି, ସିନିୟର ଭାଇସ୍ ପ୍ରେସିଡେଣ୍ଟ ଏବଂ ଏକ୍ଜିକ୍ୟୁଟିଭ ଡାଇରେକ୍ଟର, ଡାଇକିନ୍ ଇଣ୍ଡିଆ କହିଥିଲେ, “ଭାରତ ଏକ ଦମ୍ଦାର ଉର୍ଦ୍ଧ୍ୱମୁଖୀ ଅଭିବୃଦ୍ଧି ଏବଂ ବ୍ୟବସାୟିକ ସ୍ଥିତି ପ୍ରଦର୍ଶନ କରୁଥିବା ପରିପ୍ରେକ୍ଷୀରେ ସମଗ୍ର ଓଡ଼ିଶାରେ ଆମ ଆଭିମୁଖ୍ୟକୁ ନେଇ କ୍ଷୀପ୍ର ବେଗରେ ଅଗ୍ରସର ହେବାକୁ ଆମର ଯୋଜନା ରହିଛି ଏବଂ ନୂତନ ଉତ୍ପାଦଗୁଡିକ ଉଲ୍ଲେଖନୀୟ ବଜାର ଅଂଶ ଦଖଲ କରିବା ଦିଗରେ ଡାଇକିନ୍ର ପ୍ରୟାସକୁ ସୁଦୃଢ କରିବାରେ ଏକ ମୁଖ୍ୟ ସୋପାନ ହେଉଛି । ଆମର ମଜଭୁତ ଡିଲର ନେଟୱର୍କ ଏବଂ କର୍ମଚାରୀଙ୍କର ଉଚ୍ଚମାନର ତାଲିମପ୍ରାପ୍ତ ବିକ୍ରୟ, ସେବା ଏବଂ ରକ୍ଷଣାବେକ୍ଷଣକୁ ନେଇ ଗ୍ରାହକମାନଙ୍କୁ ଅତୁଳନୀୟ ଅନୁଭୂତି ପ୍ରଦାନ ସକାଶେ ଆମ ପ୍ରତିବଦ୍ଧ ରହିଛୁ ।” ପୂର୍ବାଞ୍ଚଳ ବଜାର ଗତବର୍ଷ ୫୦%ରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିଛି ଏବଂ ଡାଇକିନ୍ ଇଣ୍ଡିଆ ୨୦୨୫ ସୁଦ୍ଧା ୨୦୦୦ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ କରୁଛି, ଯାହା ଆମକୁ ଏକାଧିକ ନୂତନ ଉତ୍ପାଦର ବଜାର ପ୍ରବେଶ କରାଇବା ଏବଂ ଆମ ଡିଲର ନେଟୱର୍କ ବ୍ୟାପକ ଭାବରେ ସମ୍ପ୍ରସାରିତ କରିବାକୁ ପ୍ରେରିତ କରିଛି । ମଜଭୁତ ଭିତ୍ତିଭୂମି ଓ ବାସଗୃହ କ୍ଷେତ୍ରର ବିକାଶ ସହିତ ଆମେ ସ୍ମାର୍ଟ ଓ ଶକ୍ତି ସଞ୍ଚୟକାରୀ ଏୟାର କଣ୍ଡିସନିଂ ସମାଧାନର ବିପୁଳ ଚାହିଦା ଲକ୍ଷ୍ୟ କରୁଛୁ । ୨୦୨୪-୨୫ ଆର୍ଥିକ ବର୍ଷ ଶେଷସୁଦ୍ଧା ଓଡ଼ିଶାରେ ୨୦% ବଜାର ଅଂଶ ଦଖଲ କରିବାକୁ ସମଗ୍ର ଓଡ଼ିଶାରେ ଜୋର୍ଦାର ମାର୍କେଟିଂ ଏବଂ ପ୍ରମୋସନ କ୍ଷେତ୍ରରେ ଆମେ ନିବେଶ ଯୋଜନା କରିଛୁ । ଡାଇକିନ୍ ଇଣ୍ଡିଆ ଉତ୍କର୍ଷ ଏବଂ ନବସୃଜନ ନିମନ୍ତେ ତାହାର ପ୍ରତିବଦ୍ଧତାକୁ ପୁନଃ ସୁଦୃଢୀକରଣ କରିବା ସକାଶେ ନିକଟରେ ଆନ୍ଧ୍ରପ୍ରଦେଶର ଶ୍ରୀସିଟିରେ ତାହାର ନୂତନ କାରଖାନାକୁ କାର୍ଯ୍ୟକ୍ଷମ କରିଛି, ଯାହା ୭୫.୫ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏବଂ ଏହା ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ବଜାରରେ ବିକ୍ରି ନିମନ୍ତେ ଭାରତରେ ନିର୍ମିତ ସର୍ବାଧୁନିକ ଏୟାର କଣ୍ଡିସନିଂ ଉତ୍ପାଦଗୁଡିକର ବର୍ଦ୍ଧିତ ଚାହିଦା ପୂରଣ କରିବାକୁ ରଣକୌଶଳାତ୍ମକ ଅବସ୍ଥିତି ହାସଲ କରିଛି । ଏୟାର କଣ୍ଡିସନରଗୁଡିକର ଘରୋଇ ଉତ୍ପାଦନ ନିମନ୍ତେ ସରକାରଙ୍କ ଦ୍ୱାରା ଏୟାର କଣ୍ଡିସନିଂ ବର୍ଗରେ କାର୍ଯ୍ୟକାରୀ କରାଯାଉଥିବା ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) କାର୍ଯ୍ୟକ୍ରମରେ ଡାଇକିନ୍ ପ୍ରମୁଖ ନିବେଶକ ହୋଇଛି । 1 . ଡାଇକିନ୍ ଗ୍ଲୋବାଲ ନେଟ୍ ବିକ୍ରି- ୨୯ ବିଲିଅନ ଆମେରିକୀୟ ଡଲାରରୁ ଅଧିକ 2. ଭାରତରେ ୨୮୦୦ କୋଟି ଟଙ୍କାର ପୁଞ୍ଜିନିବେଶ 3. ନିମରାନା ଓ ଶ୍ରୀ ସିଟିରେ ୩ଟି କାରଖାନା 4. କୁଶଳତା ବିକାଶ ପ୍ରୟାସ- ଡାଇକିନ୍ ଜାପାନିଜ୍ ଇନଷ୍ଟିଚ୍ୟୁଟ ଅଫ ମାନୁଫାକଚରିଂ ଏକ୍ସଲେନ୍ସ ଶ୍ରୀ କୁଲଦୀପକ ବୀରମଣି କହିଥିଲେ, “ଆମର ଶ୍ରୀ ସିଟିଠାରେ ନୂତନ କାରଖାନାରୁ ବ୍ୟବସାୟିକ ଉତ୍ପାଦନ ଡାଇକିନ୍ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ହୋଇଛି । ଏହି କାରଖାନା କେବଳ ଆମର ଉତ୍ପାଦନ କ୍ଷମତା ବୃଦ୍ଧି କରିବ ନାହିଁ, ତାହାସହିତ ଏହି ଅଞ୍ଚଳରେ ଶକ୍ତି ସଞ୍ଚୟକାରୀ ଏବଂ ଦୀର୍ଘସ୍ଥାୟୀ ଏଚ୍ଭିଏସି ସମାଧାନର ଏକ ଅଗ୍ରଣୀ ଯୋଗାଣକାରୀ ଭାବରେ ଆମର ସ୍ଥିତି ସୁଦୃଢ କରିବ । ଏହି କାରଖାନା ଦ୍ୱାରା ଡାଇକିନ୍ର ଉତ୍ପାଦନ କ୍ଷମତା ଉଲ୍ଲେଖନୀୟ ଭାବରେ ବୃଦ୍ଧିପାଇଛି, ଯାହା ଭାରତରେ ଅଭିବୃଦ୍ଧି ନିମନ୍ତେ ଆମର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି । ଏହି ସମ୍ପ୍ରସାରଣ ଆମ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତ ହୋଇଛି, ଯାହା ଦେଶରେ ଡାଇକିନ୍ର ନିରନ୍ତର ସଫଳତା ଦିଗରେ ଏକ ଉଲ୍ଲେଖନୀୟ ଅବଦାନ ରଖିବାକୁ ଯାଉଛି ଏବଂ ଦୀର୍ଘସୂତ୍ରୀ ସହଭାଗୀତାକୁ ପ୍ରୋତ୍ସାହିତ କରୁଛି ଯାହା ପାରସ୍ପରିକ ସଫଳତାକୁ ଆଗେଇ ନେଉଛି ।”ନୂତନ କାରଖାନା ସର୍ବାଧୁନିକ ପ୍ରଯୁକ୍ତିରେ ସୁସଜ୍ଜିତ ହୋଇଛି ଏବଂ ଗୁଣମାନ ଓ ଦୀର୍ଘସ୍ଥାୟିତ୍ୱ ନିମନ୍ତେ ଡାଇକିନ୍ର ଉଚ୍ଚ ମାନକଗୁଡିକୁ ଅନୁପାଳନ କରୁଛି । ଏହି କାରଖାନା ଉତ୍ପାଦନ ପ୍ରକ୍ରିୟାଗୁଡିକ ସଂକ୍ଷିପ୍ତ କରିବାକୁ ଡିଜାଇନ ହୋଇଛି, ଯଦ୍ଦ୍ୱାରା ସମଗ୍ର ଭାରତ ଏବଂ ଭାରତ ବାହାରେ ଗ୍ରାହକମାନଙ୍କୁ ଡାଇକିନ୍ର ଖ୍ୟାତିସମ୍ପନ୍ନ ଉତ୍ପାଦଗୁଡିକ ସମୟ ଭିତ୍ତିରେ ଯୋଗାଣ ସୁନିଶ୍ଚିତ କରୁଛି । ଦୀର୍ଘସ୍ଥାୟିତ୍ୱ ଏବଂ ପାରିବେଶିକ ଦାୟିତ୍ୱ ପ୍ରତି କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇ ଏହି ସର୍ବାଧୁନିକ କାରଖାନା ୨୦୫୦ ସୁଦ୍ଧା ନେଟ୍ ଜିରୋ ସବୁଜଗୃହ ବାଷ୍ପ ନିର୍ଗମନ ଲକ୍ଷ୍ୟୂ ହାସଲ ନିମନ୍ତେ ଡାଇକିନ୍ର ଆକାଂକ୍ଷା ସହିତ ମେଳ ଖାଉଛି । ଏହି କାରଖାନା ପଶ୍ଚିମ ଆଫ୍ରିକା, ଶ୍ରୀଲଙ୍କା, ଭୁଟାନ, ନେପାଳ, ବାଂଲାଦେଶ, ମଧ୍ୟ ପ୍ରାଚ୍ୟ, ଦକ୍ଷିଣ ଆମେରିକା ଏବଂ ପୂର୍ବ ଆଫ୍ରିକା ବଜାରଗୁଡିକ ପାଇଁ ଜଳବାୟୁ ଅନୁକୂଳ ଏୟାର କଣ୍ଡିସନିଂ ସମାଧାନର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ହୋଇଛି । ବିଶ୍ୱର ୧ ନମ୍ବର ଏୟାର କଣ୍ଡିସନିଂ କମ୍ପାନୀ ଡାଇକିନ୍ ସ୍କିଲ୍ ଇଣ୍ଡିଆ ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି, ଭୁବନେଶ୍ୱରଠାରେ ଏକ ଏୟାର-କଣ୍ଡିସନିଂ/ଏଚ୍ଭିଏସି ଲାବ୍ ସ୍ଥାପନ କରିଛି । ଡାଇକିନ୍ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ) ନାମରେ ପରିଚିତ ଏହି କେନ୍ଦ୍ରଗୁଡିକୁ ଅନ୍ୟ ପ୍ରତିଷ୍ଠାନଗୁଡିକୁ ସମ୍ପ୍ରସାରିତ କରାଯିବ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡିକ ସହିତ ଏହି ସହଯୋଗୀ ସମ୍ପର୍କ ଛାତ୍ର ଛାତ୍ରୀଙ୍କୁ ନୂତନ ପ୍ରଯୁକ୍ତିଗୁଡିକ କ୍ଷେତ୍ରରେ ଆନ୍ତର୍ଜାତିକ ମାନକ ଅନୁଯାୟୀ କୁଶଳତା ବିକାଶ ନିମନ୍ତେ ଏକ ମଞ୍ଚ ଯୋଗାଇଦେବ ଏବଂ ସେମାନଙ୍କର ନିଯୁକ୍ତିବତ୍ତାକୁ ଅଧିକ ଭଲ କରିବା ଦିଗରେ ସେମାନଙ୍କୁ ସହାୟକ ହେବ । ଡାଇକିନ୍ ସମର୍ଥନରେ ଏହି ସିଓଇଏସ୍ ଗୁଡିକ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମଣ୍ଡଳୀଙ୍କ ନିମନ୍ତେ ଅନେକ ଡାଇକିନ୍ ପ୍ରଯୁକ୍ତି, କାର୍ଯ୍ୟକାରୀ ମଡେଲ, ବିଷୟଭିତ୍ତିକ ତଥ୍ୟ ଏବଂ ଅଧ୍ୟୟନ ସାମଗ୍ରୀରେ ସୁସଜ୍ଜିତ ହୋଇଛି । ସେ ମଧ୍ୟ କହିଥିଲେ, “ଏୟାର କଣ୍ଡିସନିଂ ତାଲିମକୁ ଆନ୍ତର୍ଜାତିକ ମାନକୁ ଉନ୍ନୀତ କରିବାକୁ ଏହି ସହଭାଗୀତା ଲକ୍ଷ୍ୟ ରଖୁଛି । ଆମେ ଡାଇକିନ୍ରେ ପ୍ରଯୁକ୍ତି ଓ ଗୁଣମାନରେ ଉତ୍କର୍ଷ ନିମନ୍ତେ ପ୍ରତିବଦ୍ଧ ରହିଛୁ ଏବଂ ଏହି ପ୍ରୟାସ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର କୁଶଳତାରେ ବୃଦ୍ଧି ଘଟାଇବା ଏବଂ ଏୟାର କଣ୍ଡିସନିଂ କ୍ଷେତ୍ରରେ ବିଶ୍ୱ ମାନର ତାଲିମ ହାସଲର ସୁଯୋଗ ନେବା ନିମନ୍ତେ ଏକ ମଞ୍ଚ ଯୋଗାଇଦେବ । ଭାରତରେ କୁଶଳତାର ବିକାଶ ଏବଂ ଯୁବବର୍ଗଙ୍କ ବେରୋଜଗାରୀ ଚାଲେଞ୍ଜ ଭାବରେ ଚିହ୍ନଟ ହୋଇଥିବା ପରିପ୍ରେକ୍ଷୀରେ ଡାଇକିନ୍ କୁଶଳତା ହାସଲ ମାଧ୍ୟମର ବିକାଶ ନିମନ୍ତେ ସରକାରୀ ଓ ଘରୋଇ ଶିକ୍ଷା ପ୍ରତିଷ୍ଠାନଗୁଡିକ ସହିତ ସହଭାଗୀତା କରିବାରେ ଆଗରେ ରହିଛି, ଯାହା ଭାରତର ଯୁବବର୍ଗଙ୍କୁ ଅଧିକ ନିଯୁକ୍ତିକ୍ଷମ କରି ଗଢିତୋଳିବ ।” ଡାଇକିନ୍ ଭାରତରେ ୨୦ରୁ ଅଧିକ ସିଓଇରେ ତାହାର ତାଲିମ ସମ୍ବଳ ସହଭାଗୀତା କରିବ ଏବଂ ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଡାଇକିନ୍ ଅଥବା ତାହାର ଚାନେଲ ସହଭାଗୀ ସଂସ୍ଥାଗୁଡିକରେ ଇନ୍ଟର୍ନସିପ୍, ଲାଇଭ ପ୍ରୋଜେକ୍ଟ ଅଥବା ଏକ ସ୍ଥିରୀକୃତ ସମୟ ନିଯୁକ୍ତି ଚୁକ୍ତି ଆଦି ଭଳି ଅବସ୍ଥାପିତ କରିବା ସୁଯୋଗ ପ୍ରଦାନ ସମ୍ପର୍କରେ ବିଚାର କରିପାରେ । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026 ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ - ଦେବୀ ପ୍ରସାଦ ମିଶ୍ର by Proprietor Abhimanyu Maharana August 21, 2026