୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ପୂର୍ବ ବର୍ଷ ଭଳି ଜଟଣୀ ନିକଟସ୍ଥ ପାତ୍ରପଡା ଗ୍ରାମ ଠାରେ ମହା ସମାରୋହରେ ପାଳିତ ହେବ ବୋଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପବିତ୍ର ଅକ୍ଷୟ ତୃତୀୟା ମଇ ମାସ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପି ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୩୫ତମ ଶ୍ରୀକୃଷ୍ଣ ରାସଲୀଳା ସହିତ ଧନୁଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ “ଧନୂଯାତ୍ରା ମହୋତ୍ସବ”ର ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରଯାଇଛି।
ପୂର୍ବବର୍ଷ ମାନଙ୍କ ପରି ଚଳିତ ବର୍ଷ ମୀନାବଜାର, ସର୍କସ, ସାଂସ୍କୃତିକ କାର୍ଯ୍ୟକ୍ରମ, ଆତସବାଜି, ଅପେରା,ଖାଦ୍ୟ ପଦାର୍ଥ ଷ୍ଟଲ୍, ଷ୍ଟେସନାରୀ, ଘରକରଣା ସାମଗ୍ରୀ, ସରକାରୀ ଓ ବେସରକାରୀ ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ବିଜ୍ଞାପନ ଷ୍ଟଲ୍ ଆଦି ପ୍ରତେହ ସନ୍ଧ୍ୟା ୭ଟାରୁ ରାତ୍ର ୧୧ଘଟିକା ପର୍ଯ୍ୟନ୍ତ ଖୋଲାଯିବ। ପ୍ରତିଦିନ ମନୋରଞ୍ଜନ କାର୍ଯକ୍ରମ ସହିତ ଓଡ଼ିଶା ଓ ଭାରତ ବର୍ଷର ବିଭିନ୍ନ ସ୍ତରର ରାଜନୀତିଜ୍ଞ, ସାହିତ୍ୟିକ, ସଂସ୍କୃତି ସଂପନ୍ନ ଐୟିତିହାସିକ, ଶାସକ ଓ ପ୍ରଶାସକ ମାନଙ୍କୁ ନେଇ ସଭାକାର୍ଯ୍ୟ କରାଯିବ। ସେହିପରି ପ୍ରତିଦିନ ବିଭିନ୍ନ ଅନୁଷ୍ଠାନର ସମ୍ମାନସ୍ପଦ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯିବ।
ଏଥି ସହିତ ଏହି ଧନୁଯାତ୍ରା କାର୍ଯ୍ୟକ୍ରମ ମଧ୍ୟରେ ଜଗତର ବଡ଼ ଠାକୁର ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଜଟଣୀ ସହର ପରିକ୍ରମା କରିବା ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ମନମୋହନ ରାଉତରାୟ, ସମ୍ପାଦକ ଅଶୋକ ମଙ୍ଗରାଜ, ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ନେତା ତାରେଶ୍ୱର ସ୍ବାଇଁ,ଉପ ସଭାପତି ଅଭିମନ୍ୟୁ ପ୍ରଧାନ,କେଳୁ ଚରଣ ସାହୁ, ମନୋଜ୍ ସାହୁ, ଲଲାଟେନ୍ଦୁ ବେବର୍ତ୍ତା, ପ୍ରମୋଦ ସାହୁ, ପଦ୍ମ ଚରଣ ପ୍ରଧାନ, ଲକ୍ଷ୍ମୀଧର ବିଶ୍ୱାଳ ଓ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସୁଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀକୁ ଜୟନ୍ତ ପଲେଇ, ଶ୍ରୀନିବାସ ପ୍ରଧାନ,ପ୍ରତାପ ସ୍ଵାଇଁ,ବିଜୟ ପ୍ରଧାନ,ପ୍ରଦୀପ ପ୍ରଧାନ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।
