ଆନ୍ତର୍ବିଭାଗୀୟ ଦିବା ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ

୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ  :-> ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା ରେଲୱେ ଷ୍ଟାଡିୟମ୍ ଠାରେ ଆନ୍ତର୍ବିଭାଗୀୟ ଦିବା ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ ୨୧ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ । ଖୋର୍ଦ୍ଧାରୋଡ୍ ମଣ୍ଡଳର ୧୨ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି। ଏହି ଆନ୍ତର୍ବିଭାଗୀୟ ଦିବା ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ କୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା ଏବଂ ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନ (ଇକ୍ରୋ) ଖୋର୍ଦ୍ଧାରୋଡ଼ ର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି)ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା)ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଙ୍କ ଉପସ୍ଥିତି ରେ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଏଚ୍ ଏସ ବାଜୱା ଅଂଶ ଗ୍ରହଣକାରୀ ଦଳମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ କ୍ରୀଡ଼ାବିତ୍ ଏବଂ ଦଳଗତ ମନୋଭାବ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ୍ ରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ବିଭାଗ ହେଉଛି, ବିଦ୍ୟୁତ୍ ବିଭାଗ, ରେଳ ସୁରକ୍ଷା ବଳ,ବିତ୍ତ ବିଭାଗ, ଅପରେଟିଂ, ମେଡିକାଲ, ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଲୋକୋ ସେଡ୍/ଅନୁଗୋଳ, ଇଲେକ୍ଟ୍ରିକାଲ (ଓପି),ବାଣିଜ୍ୟ ବିଭାଗ,ଦୂର ସଂଚାର ଏଵଂ ସଙ୍କେତ, କାର୍ମିକ ବିଭାଗ

ଏଵଂ ମେକାନିକାଲ ବିଭାଗ।ସମସ୍ତ ବିଭାଗ ମଧ୍ୟରେ ସମୁଦାୟ ୩୦ଟି ଲିଗ୍ ମ୍ୟାଚ୍ ହେବ।ପ୍ରଥମ ଦିନରେ ପ୍ରଥମ ମ୍ୟାଚ ବିଦ୍ୟୁତ୍ ବିଭାଗ ଏଵଂ ଇଞ୍ଜିନିୟରିଂ ବିଭାଗ ମଧ୍ୟରେ ଅନୁଷ୍ଠିତ ହେବ। ଆନ୍ତର୍ବିଭାଗୀୟ ଦିବା ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଖୋର୍ଦ୍ଧାରୋଡ଼ ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ ଙ୍କ ନେତୃତ୍ୱରେ ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟ ର ସମସ୍ତ ମ୍ୟାଚ କ୍ରୀଡ଼ା ସଚିବ ଏମ ଡି ଜାକିରୁଦ୍ଦିନ ଏବଂ ତାଙ୍କ ଟିମ୍ ଦ୍ୱାରା କରାଯାଉଛି।

Exit mobile version