ଶିକ୍ଷକ ବାସୁଦେବ ସାହୁ ଙ୍କ ଅକାଳ ବିୟୋଗ

୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ନୂଆଗାଁ :-> ନୂଆଗାଁ ବ୍ଲକ ଅନ୍ତର୍ଗତ ଜିଗିନିପଡା ଗ୍ରାମର ଶିକ୍ଷକ ବାସୁଦେବ ସାହୁ ଙ୍କ ( ୪୬) ରେ ପରଲୋକ ହୋଯାଇଛି। ସୂଚନା ଥାଉକି ନୂଆଗାଁ ଶିକ୍ଷକ କାର୍ଯ୍ୟାଳୟ ଅଧୀନରେ ଥିବା ହରିପୁର ପ୍ରାଥମିକ ବିଦ୍ୟାଳୟରେ ବାସୁଦେବ ଦୀର୍ଘ ଆଠ ବର୍ଷ ହେଲା ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଗତ ୫ମାସ ତଳେ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ।

ତୁରନ୍ତ ସେଠାରୁ ବାହାଡ଼ଝୋଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସ୍ଵାସ୍ଥ୍ୟ ଅଵସ୍ଥା ଗୁରୁତର ହୋଇଥିବା ଯୋଗୁଁ ତାକୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପୁଣି ଦେହ ଅଶ୍ଵସ୍ଥ ହେବାରୁ ୨ମାସ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ଆଜି ଦିନ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି। ଏହି ଖବର ପ୍ରସାରିତ ହେବା ପରେ ନିଜ ଗ୍ରାମ ଓ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମର ଶରୀରକୁ ପୁରୀ ନିଆଯାଇ ସ୍ବର୍ଗ ଦ୍ବାରରେ ଏକ ମାତ୍ର ପୁଅ ମୁଖାଗ୍ନି ଦେଇଥିଲେ।

Exit mobile version