ଗାଧେଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କଲେ ଯୁବକ

ଓଡିଶା ତାଜା ନ୍ୟୁଜ୍ (୦୧ ଅଗଷ୍ଟ ଶନିବାର) କଟକ , ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁର ଗ୍ରାମର ଘଟଣା ଗନ୍ଧର୍ବ ସେଠି ଙ୍କ ପୁତ୍ର ଇନ୍ଦ୍ରମଣି ଆଜି ସକାଳ 10ଟା ସମୟରେ ଘର ନିକଟସ୍ଥ ଜରିଆ ଝିଲ୍ଲୀ କୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ଘର ଲୋକ ଖୋଜାଖୋଜି ପରେ ତାଙ୍କୁ ନପାଇ କୁଆଁପାଳ ଦମକଳ ବାହିନୀ କୁ ଖବର ଦେଇଥିଲେ ଦମକଳ ବାହିନୀ ତୁରନ୍ତ ସେଠାରେ ପହଂଚି ଜରିଆ ପାଣିରେ ଖୋଜାଖୋଜି କରିଥିଲେ

ଦୁଇଘଣ୍ଟା ପରେ ଇନ୍ଦ୍ରମଣୀକୁ ଦମକଳ ବାହିନୀ କର୍ମଚାରୀମାନେ ପାଣିରୁ ଉଦ୍ଧାର କରି ନିକଟସ୍ଥ ମାହାଙ୍ଗା ମେଡିକାଲ କୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଜରିଆ ଝିଲି ବହୁତ ଗଭୀର ହୋଇଥିବା ବେଳେ ସରକାରଙ୍କ ତରଫରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଉନଥିବାରୁ ବିଭିନ୍ନ ସମୟରେ ଶୌଚ ହେବାପାଇଁ ଆସୁଥିବା ଜନସାଧାରଣ ମାନେ ନିଶ୍ଚିତ ମୃତ୍ୟୁ ମୁଖରେ ପଡୁଛନ୍ତି ତୁରନ୍ତ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି (ରିପୋର୍ଟ-ଲଷ୍ମୀଧର ଖୁଣ୍ଟିଆ)

Exit mobile version