Home ଓଡ଼ିଶା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପର୍ଯ୍ୟବେକ୍ଷକଙ୍କ ଭାପୁର ବ୍ଲକ ଗସ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭାପୁର ବ୍ଲକ ବିଜେଡ଼ି ପକ୍ଷରୁ ସ୍ଵାଗତ ସହ ବିପୁଳ ସମ୍ବର୍ଦ୍ଧନା ୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଭାପୁର :-> ନାୟଗଡ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ସଦର ମହକୁମାସ୍ଥିତ ଶ୍ରୀରାମ ମନ୍ଦିର କଲ୍ୟାଣୀ ମଣ୍ଡପ ପରିସରରେ ନବ ନିଯୁକ୍ତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପର୍ଯ୍ୟବେକ୍ଷକ ଅମିତ୍ କୁମାର ମଲ୍ଲିକଙ୍କୁ ଆଜି ଭାପୁର ବ୍ଲକ ବିଜେଡ଼ି କର୍ମୀ ମାନଙ୍କ ପକ୍ଷରୁ ସ୍ଵାଗତ ସହ ବିପୁଳ ସମ୍ବର୍ଦ୍ଧନା କରାଯାଇଛି। ଶ୍ରୀ ମଲ୍ଲିକ ଭାପୁର ସଦର ମହକୁମା ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପହଞ୍ଚିବା ପରେ ନୟାଗଡ ଜିଲ୍ଲା ବିଜେଡ଼ି ଉପ ସଭାପତି ଗୟାଧର ପରିଡ଼ାଙ୍କ ନେତୃତ୍ୱରେ ହାଜରରୁ ଉର୍ଦ୍ଧ୍ବ ଛାମୁଆ ବିଜେଡ଼ି ନେତା ଓ କର୍ମୀ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ସଭାସ୍ଥଳକୁ ପାଛୋଟି ନେଇ ଯାଇଥିଲେ। ଆୟୋଜିତ ସଭାରେ ନୟାଗଡ ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ରଣସିଂହ, ୧୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ,୨୦ ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ, ଖଣ୍ଡପଡ଼ା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ବେହେରା, ବାଇଗୁଣିଆ ପଞ୍ଚାୟତର ସରପଞ୍ଚ ନିରୁପମା ମହାରଣା, ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବ ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ମଣ୍ଡଳ, ବ୍ଲକ ବିଜେଡ଼ି ବରିଷ୍ଠ ସଂଗଠକ ମାଟିଆ ସ୍ବାଇଁ ଓ ରବିନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ସେହିପରି ବଡସହରା ପଞ୍ଚାୟତ ସରପଞ୍ଚ ବ୍ରଜ କିଶୋର ଅଳୁକ, ଶାଳପଡା ପଞ୍ଚାୟତ ସରପଂଚ ସନ୍ତୋଷ କୁମାର ପଣ୍ଡା, କେନ୍ଦୁପଲ୍ଲୀ ପଞ୍ଚାୟତର ସରପଞ୍ଚ ତରେଶ୍ଵର ମାଝୀ ଓ ସମିତି ସଭ୍ୟ ଦୀପକ କୁମାର ଜେନା, ଭାପୁର ପଞ୍ଚାୟତର ସରପଞ୍ଚ ସୁରେଖା ସାହୁ ଓ ସମିତି ସଭ୍ୟା ସୁଭଦ୍ରା ବେହେରା, ବିଜିପୁର ପଞ୍ଚାୟତର ସରପଞ୍ଚ ବାସନ୍ତୀ ପରିଡ଼ା ଓ ସମିତି ସଭ୍ୟା ମଧୁସ୍ମିତା ମହାନ୍ତିଙ୍କ ସମେତ ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୱାର୍ଡ ସ୍ତରୀୟ ବିଜେଡ଼ି ସଂଗଠକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ, ସରପଂଚ ତଥା ସମିତି ସଭ୍ୟମାନେ ଯୋଗଦେଇଥିଲେ। ଶ୍ରୀ ପରିଡ଼ା ଉକ୍ତ ସଭାରେ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାମନ୍ତରାୟ ମଞ୍ଚପରିଚାଳନ କରିଥିଲେ। ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଶ୍ରୀ ରଣସିଂହ ତାଙ୍କ ବକ୍ତବ୍ୟରେ ଗୟାଧର ପରିଡ଼ାଙ୍କ ଦୃଢ଼ ନେତୃତ୍ୱ ପାଇଁ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବିଜୟୀ ଲାଭ କରୁଥିବା ବେଳେ ଭାପୁର ବ୍ଲକ ସର୍ବଦା ବିଜୟୀ କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।ଆଗାମୀ ୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କଲେ ଦଳ ପାଇଁ ଏହା ବୁମେରାଂ ହେବ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ବରିଷ୍ଠ ସଂଗଠକ ତଥା ପୂର୍ବତନ ସରପଂଚ ତାଙ୍କ ବକ୍ତବ୍ୟରେ ଦଳ ପାଇଁ ସଦାବେଳେ ବିଜୟୀ ଭୂମିକା ଗ୍ରହଣ କରୁଥିବା ଗୟାଧରଙ୍କୁ ଏଥର ବିଧାୟକ ଟିକେଟ ଦିଆଯାଉ ବୋଲି ମତ ପ୍ରକାଶ କରିଥିଲେ। ଶ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳୀୟ କର୍ମୀ,ନେତା ଓ ସଂଗଠକ ମାନଙ୍କୁ ଶପଥ ପାଠ କରାଇଥିଲେ। ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ମଲ୍ଲିକ ତାଙ୍କ ଅଭିଭାଷଣରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଜଣେ ଉପଯୁକ୍ତ ବ୍ୟକ୍ତି ଙ୍କୁ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପାର୍ଥୀ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ବେଳେ ଆଜିର ସଭାରେ ସ୍ଵଳ୍ପ ସମୟ ମଧ୍ୟରେ ବିପୁଳ ଜନ ସମାଗମକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଦଳର ସଂଗଠକଙ୍କ ନିକଟରେ ଅବଗତ କରାଇବା ପାଇଁ କହିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବ by Proprietor Abhimanyu Maharana August 31, 2026 ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ by Proprietor Abhimanyu Maharana August 31, 2026 ଗୀତା ଦ୍ୱାରା ଧର୍ମ ପ୍ରଚାର ନୁହେଁ ମାନସିକ ବିସ୍ତାର ହୁଏ by Proprietor Abhimanyu Maharana August 31, 2026 ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଶାଖାର ସାଙ୍ଗଠନିକ ବୈଠକ by Proprietor Abhimanyu Maharana August 31, 2026 ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 31, 2026 ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା by Proprietor Abhimanyu Maharana August 31, 2026