ଭାଇ ଚାରା ପର୍ବ ଇଦଉଲଫିତର  ପର୍ବ ଧୁମଧାମରେ ପାଳନ

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :->  ବେଗୁନିଆ ନିର୍ବାଚନ ମଣ୍ଡଳୀର ମୁସଲିମ ସମ୍ପ୍ରଦାୟର ଭାଇଚାରା ପର୍ବ ଇଦ୍ଉଲଫିତର ଧୁମଧାମରେ ପାଳନ ହୋଇଛି।ଏଥିରେ ମାସେ ପର୍ଯ୍ୟନ୍ତ ପ୍ରତ୍ୟହ ପ୍ରାତଃ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସରେ ରହି ଚନ୍ଦ୍ର ଦେଖିଲା ପରେ  ଖାଦ୍ୟ ଖାଇ ସାରି ନମାଜ ପାଠ  ଓ ତରାବୀ ହୋଇଥାଏ ।

ଏହି ରୋଜା ଏକ ମାସ ବ୍ୟାପୀ ଚାଲୁଥିବା ବେଳେ ଶେଷ ଦିନ ନୂତନ ବସ୍ତ୍ର ପିନ୍ଧି ଇଦଗାହ ପଡ଼ିଆରେ ଏକତ୍ରିତ ହୋଇ ସମ୍ମିଳିତ ହୋଇ ନମାଜ ପଢ଼ିବା ସହ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ଏହି ଅବସରରେ ହାଜି ଶେଖ୍ ଅବଦୁଲ୍ ଜଲିଲ୍ କୁହନ୍ତି ଯେ ମୁସଲମାନ ମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ ବୋଲି କହିଛନ୍ତି। ଇଦଉଲ ଫିତର ଅବସରରେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟର ସାଧାରଣ ସମ୍ପାଦକ ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ(ସିଲୁ ଭାଇ)ପ୍ରମୁଖ ପହଂଚି ଶୁଭେଚ୍ଛା ଜଣାଇଛନ୍ତି।।

Exit mobile version