କୁଷ୍ଠରୋଗୀଙ୍କ ଥଇଥାନ ପାଇଁ ସୁପରଭାଇଜରଙ୍କ ଏକ ନିଆରା ପ୍ରୟାସ

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଓଡ଼ଗାଁ :-> ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ସୁପରଫାଇଜର ଭାସ୍କର ମହାପାତ୍ର କୁଷ୍ଠ ଆକ୍ରାନ୍ତ ରୋଗୀଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ଅଶୋକ କୁମାର ଘଡେଇ ନାମକ ବ୍ୟକ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ହେବାପରେ ନିଜ ସ୍ତ୍ରୀ ତାଙ୍କୁ ଛାଡି ନିଜ ବାପା ଘରକୁ ଚାଲି ଯିବା ପରେ

ଏକୁଟିଆ ରହି ନିଜ କୁଷ୍ଠରୋଗ ର ଉପଶମ ପାଇଁ କିଛି ନ କରିବାରୁ କ୍ରମଶଃ ରୋଗ ସଂକ୍ରମଣ ବୃଦ୍ଧି ପାଇ ଦେହର ହାତ ଓ ଗୋଡ଼ ର ଆଙ୍ଗୁଠିରେ ଘା ହୋଇ ଦେହ ସାରା ବିବର୍ଣ୍ଣ ହେବାକୁ ବସିଲାଣି । ଏହା ଜାଣିପାରି ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଫାଇଜର ଭାସ୍କର ଚନ୍ଦ୍ର ମହାପାତ୍ର ଲେପ୍ରା ସୋସାଇଟି ର ବି ଏଚ ସି ତାମସି ପଟ୍ଟନାୟକଙ୍କ ସହିତ

ଆଲୋଚନା କରି ଗ୍ରାମକଲ୍ୟାଣ ସମିତି ସହାୟତାରେ ହାତରୁ ଚଳିବା ପାଇଁ ଓ ଯାତାୟାତ ପାଇଁ କିଛି ଅର୍ଥ ଦେଇ ଶୀଘ୍ର ତାଙ୍କୁ ପୁରୀ କୁଷ୍ଠରୋଗ ନିବାରଣ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।ଏପରି କାର୍ଯ୍ୟକୁ ନନ୍ଦିଘୋର ଗ୍ରାମବାସୀ ଓ ଜନସାଧାରଣ ସୁପରଭାଇଜର ଶ୍ରୀ ମହାପାତ୍ର ଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Exit mobile version