ମୋହନା ଅଞ୍ଚଳର କଂଗ୍ରେସ ଦଳରୁ ଦୁଇ କର୍ମୀ ବହିଷ୍କୃତ 

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକର ଶ୍ରୀମତୀ ରିନା ପ୍ରଧାନ ଏବଂ ସାଗର ବଳିଆରସିଂ ଏହି ଦୁଇ ଜଣଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରାଯାଇଥିବା ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଦାଶରଥି ଗମାଙ୍ଗ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି।

ଏହି ଦୁଇ ବ୍ୟକ୍ତି କଂଗ୍ରେସ ଦଳର ରହି ବିଶୃଙ୍ଖଳା କରିବା ସଙ୍ଗେ ଦଳ ବିରୋଧୀ କାର୍ଯ୍ୟ ସହ ବହୁଜନ ସମାଜବାଦୀ ପାର୍ଟି ରୁ ମୋହନା ବିଧାୟିକା ପ୍ରାର୍ଥୀ ଟିକେଟ ପାଇଥିବାରୁ ଦଳରୁ ବହିସ୍କାର କରାଯାଇଥିବା ବିଷୟ ରାଜ୍ୟ କଂଗ୍ରେସ ସଭାପତି ଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

Exit mobile version