ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ରେ ବିଶ୍ବ ଛେନାପୋଡ଼ ଦିବସ ପାଳିତ

୧ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ଼ :-> ନୟାଗଡ଼ ସହର ଉପକଣ୍ଠ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ରାଜ୍ଯ ନୁହେଁ ଦେଶ ନୁହେଁ ସମଗ୍ର ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି।

ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଏହି ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା,

ଅର୍ଚ୍ଚନା ଗୁରୁମା, ଅନ୍ନପୂର୍ଣ୍ଣା ଗୁରୁମା, ଅନିତା ଗୁରୁମା ଓ ରୋଜାଲିନ ଗୁରୁମା ଯୋଗଦେଇ ଛେନାପୋଡ଼ର ଉତ୍ପତ୍ତି ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କୁ ଛେନାପୋଡ଼ ବଣ୍ଟନ କରାଯାଇ ଥିଲା।

Exit mobile version