ଆଜି ବିଶ୍ବ ଛେନାପୋଡ଼ ଦିବସ : ଦଶପଲ୍ଲା ଓ ନୟାଗଡ ରେ ବ୍ୟାପକ ପ୍ରସ୍ତୁତି

୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :->  ସୁସ୍ବାଦୁ ଛେନାପୋଡ଼ ପ୍ରତିଟି ଓଡ଼ିଆଙ୍କର ପ୍ରିୟ । ଦେଖିବାକୁ ଯେଭଳି ସୁନ୍ଦର, ସେଭଳି ସୁସ୍ୱାଦୁ ମଧ୍ୟ । ହେଲେ ଏବେ ଯେଉଁ ଛେନାପୋଡ଼କୁ ନେଇ ‘ବିଶ୍ବ ଛେନାପୋଡ଼ ଦିବସ’ ଭାବେ ପାଳନ କରାଯାଉଛି ତାହାର ଉଦ୍‌ଭାବକ କିଏ ତାହା ଆଜି ସମସ୍ତଙ୍କ ମନରେ ନାନା ପ୍ରଶ୍ନ ଆନ୍ଦୋଳିତ କରୁଛି ।

ଛେନାପୋଡ଼ର ଜନକ ବା ସ୍ରଷ୍ଟା କାହାକୁ କୁହାଯିବ..?

କିଏ ଏହାର ପ୍ରକୃତ ହକଦାର୍ ..?

ନୟାଗଡ଼ ନା ଦଶପଲ୍ଲା ..?

ନୟାଗଡ଼ର ସୁଦର୍ଶନ ସାହୁଙ୍କୁ ଏହାର ସ୍ରଷ୍ଟା ଭାବେ ଗ୍ରହଣ କରାଯାଇ ଜିଲ୍ଲାବ୍ୟାପୀ ଏପ୍ରିଲ୍ ୧୧ ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଆଜି ଛେନାପୋଡ଼ ଦିବସ ଉପଲକ୍ଷେ ଦଶପଲ୍ଲା ଓ ନୟାଗଡ଼ ର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସ କୁ ସରକାରୀ ଓ ବେସରକାରୀ ସ୍ତରରେ ମହା ସମାରୋହରେ ପାଳନ କରିବାକୁ ଯୋଜନା ରହିଛି ।

ନୟାଗଡ଼ ସହର ଛେନାପୋଡ଼ ପାଇଁ ପ୍ରଶିଦ୍ଧି ଲାଭ କରିଥିଲେ ମଧ୍ୟ , ବାସ୍ତବରେ ଏହାର ପ୍ରକୃତ ସ୍ରଷ୍ଟା ଦଶପଲ୍ଲା ସାତପାଟଣା ଅନ୍ତର୍ଗତ ଜରିପାଟଣାର ସୁଦର୍ଶନଙ୍କ ପିତା , ବିଦ୍ୟାଧର ସାହୁ ବୋଲି ପରିବାର ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Exit mobile version