ମଦ ଜବତ : ୪ ଅଭିଯୁକ୍ତ ଗିରଫ

୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :-> ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବେଗୁନିଆ ଅବକାରୀ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଓ ଖଜୁର ତାଡି ଜବତ କରିବା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଗୁନିଆ ଅବକାରୀ ଥାନା ଉପନିରୀକ୍ଷକ ଏନ ଜାଗିନ ରାଓ

ସୂଚନା ଅନୁଯାୟୀ ଗିରିଗିରିଆ ଗ୍ରାମର ପ୍ରଫୁଲ୍ଲ କୁମାର କହଲ ସିଂହଙ୍କ ଠାରୁ ୧୬ଲିଟର, ଶ୍ରୀରାମପୁର ଗ୍ରାମର ବିଜୟ କୁମାର ନାୟକଙ୍କ ଠାରୁ ୧୮ ଲିଟର, ବାଙ୍କୋଇ ଗ୍ରାମର ପ୍ରଭାତ କୁମାର ବରାଡଙ୍କ ଠାରୁ ୨୦ଲିଟର ଓ ପିଚୁକୁଳି ଗ୍ରାମର ବବିନ୍ଦ୍ର ବେହେରାଙ୍କ ଠାରୁ ୪୦ ଲିଟର ଖଜୁର ତାଡି ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Exit mobile version